ସୁନ୍ଦରଗଡରେ ପୁଣି ଫୁଟିଲା ଗୁଳି, ଜଣେ ବ୍ୟବସାୟୀ ମୃତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହରରେ ପୁଣି ଫୁଟିଲା ଗୁଳି। ଦୁଇ ମାସ୍କ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ମୁରାରୀ ତନ୍ତି।
ସୂଚନା ଯେ, ସୁନ୍ଦରଗଡ଼ ଟାଉନ ଥାନା ସୀମା ଅନ୍ତର୍ଗତ ସରକାରୀ କଲେଜ ରାସ୍ତାରେ ଶୁକ୍ରବାର ରାତିରେ ମୁରାରୀ ନିଜ କାରରୁ ଓହ୍ଲାଇ ଘରକୁ ଯିବା ବେଳେ ପଛ ପଟରୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତ ଦ୍ୱୟ ମୁହଁରେ ମୁଖା ପିନ୍ଧି ଆସିଥିଲେ। ସେମାନେ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୁଳି ମୁରାରୀଙ୍କ ମୁଣ୍ଡରେ ବାଜି ଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।