ଗଙ୍ଗାମାତା ଓ ଶୀତଳା ମାତାଙ୍କ ବାର୍ଷିକ ପୂଜୋତ୍ସବ ପୁଜୋତ୍ସବ ଉଦ୍ଯାପିତ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ୮ ଦିନ ବ୍ୟାପୀ ଅନୁଷ୍ଠିତ ଗଙ୍ଗାମାତା ଓ ଶୀତଳା ମାତାଙ୍କ ବାର୍ଷିକ ପୂଜୋତ୍ସବ ଉଦଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ସଂଘର ସଭାପତି ବିକାଶ ଚନ୍ଦ୍ର ଦାସ ପୌରାହିତ୍ୟ କରିଥିଲେ ।
ମୁଖ୍ୟ ଅତିଥି ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ବାହାବଳପୁର ଜେଟି ଅଞ୍ଚଳର ସାମଗ୍ରିକ ବିକାଶ ହେବ ଏବଂ ସମସ୍ତ ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଘଟିବ ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ, ପ୍ରାକ୍ତନ ସରପଞ୍ଚ ଗୟାପ୍ରସାଦ ଦାସ, ସରପଞ୍ଚ ରାମ ନାରାୟଣ ଦିବେଦୀ, ସମିତି ସଭ୍ୟ ଗଣେଶ ଚନ୍ଦ୍ର ଜେନା, ଓଆଇସି ସଚ୍ଚିଦାନନ୍ଦ ଗିରି, ଶିକ୍ଷାବିତ୍ ବିଜୟାନନ୍ଦ ସ୍ୱାଇଁ, ସମାଜସେବୀ ଜୟଦେବ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସଂଘ ସମ୍ପାଦକ ଗୋରାଚାନ୍ଦ ଜେନା ବାର୍ଷିକ ବିବରଣୀ ଓ ସ୍ମାରକ ପତ୍ର ପାଠ କରିଥିଲେ । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ନଅ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା ।ଯୁଗ୍ମ ସମ୍ପାଦକ ତଥା ସରପଞ୍ଚ ପ୍ରବୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପ-ସଭାପତି କାହ୍ନୁଚରଣ ବେରା ଓ ସୁକୁମାର ପାତ୍ର, ସହ ସମ୍ପାଦକ ହେମନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଗୌରାଙ୍ଗ ମଣ୍ଡଳ, ଅଶୋକ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ବାଲେଶ୍ୱରର ବଡି ବିଲଡର ଏସକେ ଆହେସନ ଅଙ୍ଗ ପ୍ରଦର୍ଶନ କରିଥିଲେ । ପ୍ରତି ସନ୍ଧ୍ୟାରେ ନାଚ, ଗୀତ, ମେଲୋଡ଼ି କାର୍ଯ୍ୟକ୍ରମ ସହ ଯାତ୍ରା ପରିବେଷଣ ହୋଇଥିଲା ।