ରାଜରାସ୍ତାରେ ମାଣ ବସାଇ ପ୍ରତିବାଦ କଲେ ଅଙ୍ଗନୱାଡି କର୍ମୀ
ଭୁବନେଶ୍ୱର : ଅଙ୍ଗନୱାଡି କର୍ମୀଙ୍କ ଧାରଣା ଜାରି ରହିଛି । ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀମାନେ ରାଜଧାନୀ ରାଜରାସ୍ତାରେ ଏହି ଧାରଣା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ ରାସ୍ତା ଉପରେ ମାଣ ବସାଇ ନିଆରା ଢଙ୍ଗରେ ଅଙ୍ଗନୱାଡି କର୍ମୀମାନେ ପ୍ରତିବାଦ କରିଛନ୍ତି ।
ସୂଚନା ଯେ, ଆଜି ମାର୍ଗଶୀର ମାସ ଗୁରୁବାର ଥିବାବେଳେ ରାସ୍ତା ଉପରେ ଝୋଟି ପକାଇ ମାଣ ବସାଇ ମା’ ଲକ୍ଷ୍ମୀଙ୍କୁ ପୂଜା କରିଛନ୍ତି । ସମସ୍ତଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିକରିବା ସହ ଇପିଏଫ ଆଦିର ସୁବିଧା କରିବାକୁ ଦାବି କରିଛନ୍ତି । ସେହିଭଳି ଅବସରକାଳୀନ ସହାୟତା ରାଶି ୫ଲକ୍ଷ କରାଯିବା ସହିତ ପେନସନ୍ ମାସିକ ୫ହଜାର ଟଙ୍କା ପ୍ରଦାନ କରିବାକୁ ଅଙ୍ଗନୱାଡି କର୍ମୀମାନେ ଦାବି କରିଛନ୍ତି ।