ଆନ୍ଧ୍ରପ୍ରଦେଶରେ ୬୦ରୁ ଅଧିକ ଥିଏଟର ସିଲ୍
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ସିନେମା ହଲ୍ ଉପରେ ରାଜ୍ୟ ସରକାରଙ୍କ ଦର ଚଡ଼କ । ସିଲ୍ ହେଲାଣି ୬୦ରୁ ଅଧିକ ଥିଏଟର । ସରକାରଙ୍କ ଦର ଚାଟକୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । କେବଳ କ୍ରିଷ୍ଣା ଜିଲ୍ଲାର ୧୨ଟି ବଡ଼ ଥିଏଟର୍କୁ ସିଲ୍ କରିଛି ପ୍ରଶାସନ । ଘଟଣାକୁ ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।
ଅଭିନେତା ନାନି ଆନ୍ଧ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ସିନେମା ଇଣ୍ଡଷ୍ଟ୍ରି ପାଇଁ ଅସମ୍ମାନ ବୋଲି କହିଛନ୍ତି । ତାସହ ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ବି ଏଭଳି ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ସିନେମା ହଲ୍ ଗୁଡ଼ିକ ପାଇଁ ଟିକେଟ୍ ଚାଟ୍ ପ୍ରସ୍ତୁତ କରିଛନ୍ତି । ମହାନଗର ନିଗମରେ ସିନେମା ହଲ୍ ଗୁଡ଼ିକରେ ଟିକେଟ୍ ଦର ସର୍ବାଧିକ ୨୫୦ ଓ ସର୍ବ ନିମ୍ନ ୨୦ ଟଙ୍କା ରଖାଯାଇଛି । ସେହିପରି ପୌରପାଳିକାରେ ସର୍ବାଧିକ ୧୫୦ ଟଙ୍କା ଓ ପଞ୍ଚାୟତ, ଏନ୍ଏସି ଅଞ୍ଚଳରେ ଟିକେଟ୍ ଦର ୧୨୦ ଏବଂ ନନ୍ ଏସି ଥିଏଟର ହେଲେ ୮୦ ଟଙ୍କା ସର୍ବାଧିକ ଦର ଥିବା ବେଳେ ସର୍ବନିମ୍ନ ୧୦ ଟଙ୍କା ରହିଛି ।