ଅନନ୍ତନାଗ ଏନକାଉଣ୍ଟର : ଆଉ ଜଣେ ଯବାନ ସହିଦ, ମୃତ୍ୟ ସଂଖ୍ୟା ୪କୁ ବୃଦ୍ଧି
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି । ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବୁଧବାର ଠାରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୋଲିସ୍ର ଜଣେ ଡିଏସ୍ପି ସହିଦ ହୋଇଥିଲେ।
ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଉଛି । ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସେନା ପକ୍ଷରୁ ଏହି ଅଞ୍ଚଳରୁ ଘେରାବନ୍ଦୀ କରି ରଖାଯାଇଛି । ଅନନ୍ତନାଗ କୋକେରନାଗରେ ୩ ଦିନରେ ୪ ଯବାନ ସହିଦ୍ ହୋଇଛନ୍ତି। ଏହା ପରେ ବି ଅନନ୍ତନାଗରେ ଗୁଳି ବିନିମୟ ହୋଇଥିଲା । ଏହା ପରେ ସେହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ପୋଲିସ ଓ ସୁରକ୍ଷାବଳକୁ ଛୋଟ କ୍ୱାଡକପ୍ଟର ଓ ବଡ଼ ଡ୍ରୋନ୍ ଯୋଗାଇ ଦିଆଯାଇଛି ।