ଅନାମ ପ୍ରସାଦ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସୋର : ସୋର ବ୍ଲକ ମଙ୍ଗଳପୁରରେ ଅନାମ ପ୍ରସାଦ ବାରିକଙ୍କ ସ୍ମୃତିରେ ଅନୁଷ୍ଠିତ ତୃତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଖେଳକୁ ସ୍ୱର୍ଗତ ଅନାମ ପ୍ରସାଦ ବାରିକଙ୍କ ପତ୍ନୀ ହେମଲତା ବାରିକ ଏବଂ ସମାଜସେବୀ ପ୍ରଭାତ ଦାସ ଫିତା କାଟ ଉଦ୍ଘାଟନ କରିଥିଲେ । ଏହି ଟୁଣ୍ର୍ଣାମେଣ୍ଟରେ ଛଟି ଟିମ ଅଂଶ ଗ୍ରହଣ କରିଥିଲେ ।
ପ୍ରଥମେ ବଡ଼ପଖରୀ ଦଳ ଏବଂ ସାହସପୁରା ମଧ୍ୟରେ ଖେଳ ଅନୁଷ୍ଠିତ ହୁଇଥିଲା । ଏହି ଖେଳ ମଧ୍ୟରୁ ସାହସପୁରା ଦଳ ସେମିଫାଇନାଲ କୁ ଉତୀନ୍ନ ହୋଇଥିଲା । । ମଙ୍ଗଳପୁର ଏବଂ ଗୋପାଳପୁର ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲରେ ଗୋପାଳପୁର ୨୦-୧୨ ପଏଣ୍ଟରେ ଜିତି ଫାଇନାଲକୁ ପ୍ରବେଶ କରିଥିଲା । ଏହି ଫାଇନାଲ ଟୁର୍ଣ୍ଣାମେଣ୍ଟରେ ଗୋପାଳପୁର ଟିମ୍ ଏବଂ ବଡ଼ବିଲ ଟିମ ମଧ୍ୟରେ କଡ଼ା ମୁକାବିଲା ଗୋପାଳପୁର ଟିମ ୨୦-୧୮ରେ ବିଜୟ ହୋଇ ଚମ୍ପିୟାନ ହୋଇଥିଲା । ଏହି ଖେଳକୁ ମଙ୍ଗଳପୁର ହାଇସ୍କୂଲର ଖେଳ ଶିକ୍ଷକ ଅଞ୍ଜନ କୁମାର ଜେନା ଏବଂ ଦିବ୍ୟଜ୍ୟୋତି ବାରିକ ପରିଚାଳନା କରିଥିଲେ । ଖେଳ ଶେଷରେ ସୁରସ୍କାର ପ୍ରଦାନ ଉତ୍ସବରେ ଇଂ ମନୋରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳକୁ ଦେବାଶିଷ ବାରିକ, ଶିବାଶିଷ ବାରିକ, ପବିତ୍ର ଦାସ, ତପନ ବାରିକ, ଚନ୍ଦ୍ରଶେଖର ବାରିକ, ବିଶ୍ୱଜିତ ବାରିକ, ପ୍ରଶାନ୍ତ ଦାସ, ଚିନ୍ମୟ ବେହେରା, ପ୍ରଭାଂଶୁ ମୁଦୁଲି, ହିତେଶ ଦାସ, ବିମ୍ବାଧର ବାରିକ, ଅଭିଜିତ୍ ଦାସ, ଜୀବନଜ୍ୟୋତି ପ୍ରଧାନ,ସତ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।