‘କାଚା ବାଦାମ’କୁ ଟକ୍କର ଦେବାକୁ ଆସିଲା ‘ପିଜୁଳି’, ଭାଇରାଲ ହେଉଛି ଅଜାଙ୍କ ଭି଼ଡିଓ
ନୂଆଦିଲ୍ଲୀ: ବାଦାମ ବିକ୍ରେତା ଭୁବନ ବାଦକରଙ୍କ ଗୀତ ‘କାଚା ବାଦାମ’ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି। ଏହି ଗୀତ ଭୁବନ ବାଦକରଙ୍କ ଜୀବନକୁ ବଦଳାଇ ଦେଇଛି। ଭୁବନ ବାଦକର, ଯାହାକୁ ଲୋକମାନେ ଜଣେ ଚିନା ବାଦାମ ବିକ୍ରେତା ଭାବରେ ଜାଣିଥିଲେ, ଆଜି ସେ ଜଣେ ଗାୟକ ଭାବରେ ମାନ୍ୟତା ପାଇଛନ୍ତି। କେବଳ ଦେଶର ସେଲିବ୍ରିଟି ନୁହଁନ୍ତି ବିଦେଶରେ ମଧ୍ୟ ତାଙ୍କ କାଚା ବାଦାମ ଗୀତରେ ଇନଷ୍ଟାଗ୍ରାମ ରିଲ ତିଆରି କରୁଛନ୍ତି। ତେବେ ଏହି କାଚା ବାଦାମ ଗୀତକୁ ଟକ୍କର ଦେବାକୁ ବଜାରରେ ଆଉ ଏକ ନୂଆ ଗୀତ ଆସିଛି।
କାଚା ବାଦାମ ଗୀତଟି ଲୋକମାନଙ୍କ ତୁଣ୍ଡରୁ ଏପର୍ଯ୍ୟନ୍ତ ଯାଇନାହିଁ। ଏବେ ପିଜୁଳି ବିକ୍ରି କରୁଥିବା ଜଣେ ଅଜାଙ୍କ ଗୀତ ସୋସିଆଲ ମିଡିଆରେ ଚହଳ ଖେଳାଇଛି। ଗୀତ ଏବଂ ଦମଦାର କଣ୍ଠରେ ଅଜା ତାଙ୍କ ପିଜୁଳି ବିକ୍ରି କରିବା ପାଇଁ ଏହି ଗୀତ ଗାଇଛନ୍ତି, ଏହା ସୋସିଆଲ ମିଡିଆରେ ପରବର୍ତ୍ତୀ ଟ୍ରେଣ୍ଡିଂ ଗୀତ ହେବାକୁ ଯାଉଛି। ଭିଡିଓରେ ଆପଣ ଦେଖିବେ ଯେ, ଠେଲାରେ ପିଜୁଳି ବିକ୍ରି କରୁଥିବା ଅଜା ତାଙ୍କ ପିଜୁଳିର ପ୍ରଶଂସା କରି ଏକ ଗୀତ ଗାଉଛନ୍ତି।
ଲୋକମାନେ ଏହି ୨୭ ସେକେଣ୍ଡ୍ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ତାଙ୍କର ଏହି ଗୀତକୁ ‘କାଚା ବାଦାମ’ ଗୀତ ସହିତ ତୁଳନା କରାଯାଉଛି। ବର୍ତ୍ତମାନ, ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଲୋକମାନେ ଏହି ଭିଡିଓକୁ ବିପୁଳ ସେୟାର କରୁଛନ୍ତି। କୁହାଯାଉଛି ଯେ, “sunil_gangwar_1” ନାମକ ଇନଷ୍ଟା ଏକାଉଣ୍ଟରେ ପ୍ରଥମେ ଏହି ପିଜୁଳି ଗୀତ ସେୟାର କରାଯାଇଥିଲା।