୮୧ ବର୍ଷରେ ବିଗ୍ ବି, ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସଫଳତାର କାହାଣୀ
ମୁମ୍ବାଇ : ୮୧ ବର୍ଷରେ ବିଗ୍ ବି । ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ । ଜନ୍ମଦିନ ଅବସରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିଅର ଆରମ୍ଭ କରିଥିଲେ ବିଗ ବି । ଆଜି ବି ସେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକକୁ ମନୋରଞ୍ଜନ କରୁଛନ୍ତି ।
ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । କିଏ କହେ ତାଙ୍କୁ ଅଲ ଟାଇମ ଏଙ୍ଗ୍ରିମ୍ୟାନ । ତ ଆଉ କିଏ କହେ ବଲିଉଡର ଶେହନସା । କ୍ୟାରିଅରର ଅନେକ ସଂଘର୍ଷ ପରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି । ଆଜି ବି ଜୀବନ୍ତ ଓ ହୃଦୟସ୍ପର୍ଶୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।
୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ୩୦ ବର୍ଷ ବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି ଫିଲ୍ମ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାଁନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ବିଗ ବିଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇଥିଲା ଫିଲ୍ମ ଦିଓ୍ଵାର । ସେଥିରେ ଅମିତାଭଙ୍କ ଆକ୍ସନ ଓ ଦମଦାର ଡାଏଲଗ୍ ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି । ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ହିଟ୍ ଫିଲ୍ମ । ଦମଦାର ଅଭିନୟ ପାଇଁ ପ୍ରଥମ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।
ତେବେ ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ ପ୍ରସିଦ୍ଦ, ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ । ଯାହାଙ୍କୁ ହିନ୍ଦି ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ । ବଲିଉଡର ଏହି ସେହେନ୍ସା ୭୫ ବର୍ଷରେ ପାଦ ରଖିଛନ୍ତି । ଆଜିକା ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସଫଳତାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ ବୋହୁତ କମ ଲୋକ ଜାଣନ୍ତି । ବିଗ୍ ବିଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ନଜର ପକେଇବା ତାଙ୍କର ଏହି ସଂଘର୍ଷରୁ ସଫଳତାର କାହାଣୀ ଉପରେ ।
ଜାଣନ୍ତୁ ଏହା ବିଷୟରେ …..
* ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ ଯତ୍ନ ଦେଇଥାଆନ୍ତି। ସେ ନିୟମିତ ବ୍ୟାୟାମ ଓ ଯୋଗ କରନ୍ତି।
* ପ୍ରାତଃ ଭ୍ରମଣରେ ମଧ୍ୟ ଯାଇଥାଆନ୍ତି।
* ଏହାସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଓ ପୃଷ୍ଟିକର ଖାଦ୍ୟ ନିୟମିତ ଖାଇଥାଆନ୍ତି।
* ଅତି କମ ପରିମାଣରେ ମିଠାର ସେବନ କରନ୍ତି।
* ଦିନସାରା ମଧ୍ୟ ସେ ଆବଶ୍ୟକ ପରିମାଣରେ କାର୍ଯ୍ୟ କରିଥାଆନ୍ତି।
* ନିଜ ଶରୀର ପ୍ରତି ଯତ୍ନବାନ ରହିବା ସହ ବିଗ୍ ବି ଚା’ ଓ କଫିର ସେବନ ଠାରୁ ନିଜକୁ ଦୂରେଇ ରଖିଥାଆନ୍ତି। ଏକ ସାକ୍ଷାତକାରରେ ବିଗ୍ ବି କହିଥିଲେ ସେ ପୂର୍ବରୁ ଚା’ ଓ କଫିର ସେବନ କରୁଥିଲେ ମଧ୍ୟ ବର୍ତ୍ତମାନ ବୟସ ଓ ଶରୀରକୁ ଦୃଷ୍ଟିରେ ରଖି ସେ ଏହା ଠାରୁ ନିଜକୁ ଦୂରେଇ ରଖିଛନ୍ତି।
* ଏହାସହ ସେ ମୃଦୁ ପାନୀୟ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି।
* ସକାଳେ ସେ ଜଲଦି ଉଠନ୍ତି। ତାଙ୍କର ଦିନର ଶୁମ୍ଭାରମ୍ଭ ପ୍ରାତଃ ଭ୍ରମଣରୁ ଆରମ୍ଭ ହୋଇଥାଏ। ବ୍ୟାୟାମ କରିବା ପରେ ସେ ନିଜ ଦୈନନ୍ଦିନ କାର୍ଯ୍ୟର ଆରମ୍ଭ କରିଥାଆନ୍ତି।
ସାତ ହିନ୍ଦୁସ୍ତାନୀ ସିନ୍ :
ଅନୱର ଅଲ୍ଲୀ ଅନୱର । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଥମ ସ୍କ୍ରିନ୍ ନାଁ । ଏହାକୁ ପ୍ରାୟ ଦର୍ଶକ ଶୁଣି ନଥିବେ । କାରଣ ୧୯୬୯ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀ, ଦର୍ଶକଙ୍କ ମଧ୍ୟରେ ସେତେ ଆଦୃତ ହୋଇ ନଥିଲା । ହେଲେ ଆଜି ଯେତେବେଳେ ଏହି ମହାନାୟକଙ୍କ ବିଷୟରେ ଚର୍ଚ୍ଚା କରୁଛୁ, ତେବେ ଏହି ଡେବ୍ୟୁ ଚଳଚ୍ଚିତ୍ରକୁ ବାଦ ଦିଆଯାଇ ନପାରେ ।
ଆନନ୍ଦ ସିନେମା ସିନ୍ :
ସାଥ ହିନ୍ଦୁସ୍ତାନୀ ପରେ ବି ୨, ୩ଟି ଫ୍ଲପ୍ ଚଳଚ୍ଚିତ୍ରରେ ନଜର ଆସିଲେ ଅମିତାଭ । ୧୯୭୧ରେ ରିଲିଜ୍ ହେଲା ତତ୍କାଳିନ ସୁପରଷ୍ଟାର୍ ରାଜେଶ ଖନ୍ନାଙ୍କ ଫିଲ୍ମ ଆନନ୍ଦ । ଯେଉଁଥିରେ ଅମିତାଭ୍ଙ୍କୁ ସହ-ଅଭିନେତା ଭାବେ ଦେଖିବାକୁ ମିଳିଥିଲା । ରାଜେଶ ଖନ୍ନାଙ୍କ ଉପସ୍ଥିତି ସତ୍ୱେ ନିଜ ଅଭିନୟର ଏକ ଭିନ୍ନ ଛାପ ଛାଡିବାକୁ ସଫଳ ହୋଇଥିଲେ ଅମିତାଭ । ଆଉ ଅମିତାଭଙ୍କୁ ଫିଲ୍ମ ଫେୟାର୍ ତରଫରୁ ମିଳିଲା ଶ୍ରେଷ୍ଠ ସହ କଳାକାରର ସମ୍ମାନ ।
ବମ୍ବେ ଟୁ ଗୋଆ ସଙ୍ଗ :
ଆନନ୍ଦରେ ଦମଦାର ଅଭିନୟ ପରେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟର୍ ଏକ ଭିନ୍ନ ମୋଡ ନେବ । ମାତ୍ର ବିଫଳତା ଯେପରି ତାଙ୍କ ପିଛା ଛାଡିବାକୁ ନାରାଜ ଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସ୍ରେ ଫ୍ଲପ୍ ହେବାକୁ ଲାଗିଥିଲା । ପ୍ୟାର୍ କି କାହାନୀ, ସଂଯୋଗ, ପିୟା କା ଘର, ବଂଶୀ ବିରଜୁ, ରାସ୍ତେ କା ପଥ୍ର, ଗରମ ମସାଲା ଭଳି ଏକାଧିକ ଫିଲ୍ମ ତାଙ୍କ କ୍ୟାରିୟର ରେ ଯୋଡି ହୋଇ ଚାଲିଥିଲା । କିନ୍ତୁ ଏହି ଫ୍ଲପ୍ ସିରିଜ୍ ଭିତରେ ଗୋଟିଏ ଚଳଚ୍ଚିତ୍ର ଥିଲା ବମ୍ବେ ଟୁ ଗୋଆ । ଯାହାର ଗୀତକୁ ଆଜି ବି ଦର୍ଶକ ମନେପକାନ୍ତି ।
ଜଂଜୀର :
ବିଶିଷ୍ଟ କବି ତଥା ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପୁଅ ହେବା ସତ୍ୱେ ଅମିତାଭଙ୍କୁ ବିଲିଉଡରେ ପ୍ରବେଶ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଲଗାତାର ଫ୍ଲଫ୍ ସିନେମା ତାଙ୍କ କ୍ୟାରିୟାରକୁ ଅସ୍ତ ଆଡକୁ ନେଇଯାଇଥିଲା । ଅନେକ ଲୋକ ତାଙ୍କୁ ଇଣ୍ଡଷ୍ଟ୍ରି ଛାଡି ଫେରିଯିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ମାତ୍ର ହାର ମାନିନଥିଲେ ଅମିତାଭ । ୧୯୭୩ରେ ରିଲିଜ୍ ହୋଇଥିଲା ପ୍ରକାଶ ମେହେରାଙ୍କ ଫିଲ୍ମ ଜଂଜୀର । ଯେଉଁଥିରେ ସେ ପ୍ରଥମ ଥର ପାଇଁ ସଫଳତାର ସ୍ୱାଦ ଚାଖିଲେ ଓ ରାତାରାତି ପାଲଟିଗଲେ ସୁପରଷ୍ଟାର । ଏହି ସିନେମା ପରେ ଦର୍ଶକ ତାଙ୍କୁ ଦେଇଥିଲେ ଆଙ୍ଗ୍ରି ୟଙ୍ଗ୍ ମ୍ୟାନର ଆଖ୍ୟା ।
ଦିୱାର :
ଜଂଜୀର ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅମିତାଭ । ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଭେଟିଦେଇଥିଲେ ସିନେ ପ୍ରେମୀଙ୍କୁ । ଏହି ଧାରାରେ ୧୯୭୫ ମସିହାର ପ୍ରଥମ ଭାଗରେ ରିଲିଜ୍ ହୋଇଥିଲା ବୋହୁ ଚର୍ଚ୍ଚିତ ଫିଲ୍ମ ଦିୱାର । ସିନେମାରେ ଅମିତାଭଙ୍କର ଆକ୍ସନ୍ ସିନ୍ ଓ ଦମଦାର ଡାଇଲଗ୍ସ ବେଶ୍ ପ୍ରଭାବିତ କରିଥିଲା ଦର୍ଶକଙ୍କୁ ।
ଶୋଲେ :
୧୫ ଅଗଷ୍ଟ ୧୯୭୫, ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ଶୋଲେ ଯାହା ହିନ୍ଦୀ ସିନେମା ଜଗତରେ ରଚିଥିଲା ଇତିହାସ । ଏଥିରେ ଅମିତାଭଙ୍କ ଅଭିନୟ ଓ ଅନ୍ଦାଜର ଦିୱାନା ହୋଇଯାଇଥିଲେ ଦର୍ଶକ ।
ଚୁପକେ ଚୁପକେ :
ଗୋଟିଏ ପଟେ ଦିୱାର୍, ଜମିର୍ ଓ ସୋଲେ ଭଳି ଆକ୍ସନ ମୁଭି ଅମିତାଭଙ୍କୁ ଆଙ୍ଗ୍ରି ୟଙ୍ଗମାନର ପରିଚୟ ଦେଉଥିବାବେଳେ ଅନ୍ୟପଟେ ସେହି ମସିହାରେ ହିଁ ଅମିତାଭଙ୍କୁ ନେଇ ରିଲିଜ୍ ହୋଇଥିଲା ହ୍ରିଷିକେଶ ମୁଖାର୍ଜୀଙ୍କ ଦୁଇଟି ଚଳଚ୍ଚିତ୍ର ଚୁପକେ ଚୁପକେ ଓ ମିଲି । ଏହି ସିନେମାରେ ଅମିତାଭଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା ।
କଭି କଭି :
୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର କଭି କଭି । ଏହି ସିନେମା ଅମିତାଭଙ୍କୁ ରୋମାଂଟିକ୍ ନାୟକର ପରିଚୟ ଦେଇଥିଲା ।
ଅମର ଅକବର୍ ଆନ୍ଥୋନୀ :
ଅମର, ଅକବର, ଆନ୍ଥୋନୀ ଅମିତାଭ ବଚ୍ଚନଙ୍କ କ୍ୟାରିୟର୍ର ଅନ୍ୟତମ ସୁପରହିଟ ସିନେମା । ଏହି ଫିଲ୍ମ ପାଇଁ ଅମିତାଭ୍ ପ୍ରଥମ ଥର ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାତେଇଥିଲେ ।
ଡନ୍ :
ଧିରେ ଧିରେ ବଲିଉଡ୍ର ନମ୍ବର ୱାନ ନାୟକର ସ୍ଥାନ ଅକ୍ତିଆର କରିବାରେ ଲାଗିଥିଲେ ଅମିତାଭ୍ । ୭୦ ଦଶକରେ ଯେପରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଛାଇ ଯାଇଥିଲେ ସେ । ଯେଉଁ ଫିଲ୍ମରେ ବି ଅଭିନୟ କରୁଥିଲେ ତାହା ହିଟ୍ ହେଉଥିଲା । ଏହାରି ଭିତରେ ଅମିତାଭଙ୍କ ଖଳନାୟିକିର ମଧ୍ୟ ଝଲକ ଦେଖିବାକୁ ମିଳିଥିଲା ୧୯୭୮ର ସିନେମା ଡନ୍ରେ ।
ୟାରାନା :
୭୦ ଦଶକ ଭଳି ୮୦ ଦଶକରେ ବି ବଲିଉଡ୍ରେ ଛାଇ ରହିଲେ ଅମିତାଭ । ୮୦ ଦଶକର ପ୍ରଥମ ଭାଗରେ ନସିବ୍, ଲାବାରିସ୍, ସିଲସିଲା, କାଲିଆ, ସତେ ପେ ସତା, ନମକ ହଲାଲ ଭଳି ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରର ଲମ୍ବା ଲାଇନ୍ ଲାଗିଥିଲା ଅମିତାଭଙ୍କ କ୍ୟାରିୟରରେ ।
ସେହେନ୍ସା :
୧୯୮୩ ମସିହାରେ ବଲିଉଡର ଏହି ମେଗା ଷ୍ଟାରଙ୍କ ଉପରେ ଯେମିତି ନଜର ଲାଗିଗଲା । କ୍ୟାରିୟରର ଶୀର୍ଷରେ ଥିବା ଅମିତାଭ, କୁଲି ଚଳଚ୍ଚିତ୍ରର ସୁଟିଂ ସେଟରେ ସାମ୍ନା କରିଥିଲେ ଏକ ବଡ ଦୁର୍ଘଟଣା । ଫାଇଟ୍ ସିନ୍ ସୁଟ କରିବା ସମୟରେ ଆହତ ହୋଇ ପଡିଥିଲେ । ସେତେବେଳେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟରରେ ଏଇଠି ପୂର୍ଣ୍ଣଚ୍ଛେଦ ପଡିଯିବ । ମାତ୍ର ଆସନ୍ନ ମୃତ୍ୟୁକୁ ପଛରେ ପକାଇ ପୁଣି ଥରେ ପରଦାକୁ ଫେରିଥିଲେ ବଲିଉଡର ସେହେନ୍ସା ।
ଅଗ୍ନିପଥ :
୯୦ ଦଶକରେ ଅମିତାଭ ବଚ୍ଚନଙ୍କ ସଫଳତାର କାହାଣୀ ଆରମ୍ଭ ହୋଇଥିଲା ଚଳଚ୍ଚିତ୍ର ଅଗ୍ନିପଥ ସହିତ । ହମ୍, ଅଜୁବା, ଆଜକା ଅର୍ଜୁନ, ଖୁଦା ଗୱା ଭଳି ଭିନ୍ନ ଭିନ୍ନ ଚରିତ୍ରର ସିନେମା ଭେଟି ଦେଇଥିଲେ ଅମିତାଭ ।
ମୋହବତେଁ, ବାଗବାନ :
ଏହାପରେ ଧିରେ ଧିରେ କ୍ୟାରାକ୍ଟର ରୋଲରେ ନଜର ଆସିଲେ ବଲିଉଡ୍ର ଏହି ସେହେନ୍ସା । ବର୍ଷ ୨୦୦୦ରେ ମୋହବତେଁ, ୨୦୦୧ରେ କଭି ଖୁସି କଭି ଗମ୍, ୨୦୦୨ରେ ଆଖେଁ, ୨୦୦୩ରେ ବାଗବାନ ଭଳି ସିନେମାରେ ଅମିତାଭ୍ ବଚ୍ଚନଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଲା । ଏଠି ବି ଦର୍ଶକ ଭରପୁର ପସନ୍ଦ କଲେ ବିଗ୍ ବିଙ୍କ ଅଭିନୟକୁ ।
କୌନ ବନେଗା କରୋଡ ପତି :
ବଡ ପରଦା ସହ ଛୋଟ ପରଦାରେ ମଧ୍ୟ ଢେର୍ ଲୋକପ୍ରିୟତା ହାସଲ କଲେ ବିଗ୍ ବି ଅମିତାଭ୍ । ରିୟାଲିଟି ଶୋ କୌନ ବନେଗା କରୋଡପତି ସିରିଜ୍ରେ ଅମିତାଭଙ୍କ ନିଆରା ଉପସ୍ଥାପନା ଶୈଳିକୁ ବେଶ ପସନ୍ଦ କଲେ ଦର୍ଶକ ।
ସେହିପରି, ପା, ବ୍ଲାକ୍, ସରକାର ଭଳି ସିନେମାରେ ଅମିତାଭ ବଚ୍ଚନଙ୍କ ଦମଦାର୍ ଅଭିନୟ ତାଙ୍କୁ ଇଣ୍ଡଷ୍ଟ୍ରୀର ନମ୍ବାର ଏକ ଅଭିନେତାର ପରିଚୟ ଦେଲା । ନିଜର ବଳିଷ୍ଠ ଓ ବାସ୍ତବବାଦୀ ଅଭିନୟ ପାଇଁ ଅମିତାଭ ଚାରି ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଏହା ଛଡା ଭାରତ ସରକାର ତାଙ୍କୁ ପଦ୍ନଶ୍ରୀ ଓ ପଦ୍ମବିଭୁଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରିଛନ୍ତି ।