ଆଜି ଚାଇଁବାସାରେ ସମ୍ବୋଧିତ କରିବେ ଅମିତ୍ ଶାହା
ପଶ୍ଚିମୀ ସିଂହଭୂମି/ ରାଂଚି : କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ୭ ଜାନୁଆରୀରେ ପଶ୍ଚିମ ସିଂହଭୂମିର ମୁଖ୍ୟାଳୟ ଚାଇଁବାସାରେ ସଭାକୁ ସମ୍ବୋଧିତ କରିବେ । ଶାହାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ତାଙ୍କ ସୁରକ୍ଷା ପାଇଁ ୩୦ କଂପାନୀର ୪୫୦୦ ଯବାନ ଓ ବାହାର ଜିଲ୍ଲାର ୨୫୦ ପୋଲିସ ଅଧିକାରୀଙ୍କୁ ଡକାଯାଇଛି । କାର୍ଯ୍ୟକ୍ରମର ୨୪ ଘଂଟା ପୂର୍ବରୁ ଗୃହମନ୍ତ୍ରୀଙ୍କ ଏନଏସଜି କମାଣ୍ଡୋ କାର୍ଯ୍ୟକ୍ରମ ସ୍ଥଳର ଯାଂଚ ପ୍ରକ୍ରିୟା ଶେଷ କରିଛନ୍ତି ।