ଅମିତ ଶାହା, ଭାରତ-ଚୀନ ସୀମାରେ ରାତିବିତାଇବା ଦେଶର ପ୍ରଥମ ଗୃହ ମନ୍ତ୍ରୀ : ଡା ଶର୍ମା
ଡିବୃଗଢ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ହେଉଛନ୍ତି ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୀମାର ଶେଷ ଭାଗରେ ଗୋଟିଏ ରାତି ରହିଥିବା ଦେଶର ପ୍ରଥମ ଗୃହମନ୍ତ୍ରୀ । ଗୃହମନ୍ତ୍ରୀ ସୋମବାରଦିନ ଅରୁଣାଚଳରେ ଚୀନ ସୀମାର ନିକଟବର୍ତୀ ଗୋଟିଏ ସ୍ଥାନରେ ରାତ୍ରିଯାପନ କରିଥିଲେ ବୋଲି ଏହାର ସୂଚନା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମ ଦେଇଛନ୍ତି । ଡା ଶର୍ମା ଡିବୃଗଡର ମାନକଟା ମୈଦାନରେ ମଙ୍ଗଳବାରଦିନ ଆୟୋଜିତ ଭାଜପାର କର୍ଯ୍ୟକର୍ତା ରାଲିକୁ ସମ୍ବୋଧିତ କରିଥିଲେ । ଅମିତଶାହା ମଙ୍ଗଳବାର ଡିବୃଗଢରେ ତିଆରି ହେବାକୁ ଥିବା ଭାଜପା ଉପର ଆସାମ ଆଂଚଳିକ କାର୍ଯ୍ୟାଳୟ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ସ୍ୱାଗତ କରି କହିଛନ୍ତି ଅରୁଣାଚଳର ଚୀନ ସିମାରେ ରାତୀ ବିତାଇବା ସହ ସେଠାରୁ ବିରୋଧି ରାଷ୍ଟ୍ରକୁ ଚେତାବନି ଦେଇ କହିଛନ୍ତି କିଏ କେତେ ବଡ ଦେଶ ହେଉନା କାହିଁକି ସେ ଭାରତରୁ ଛୁଂଚି ମୁନ ଭଳି ଜାଗା ଛାଡିବେ ନାହିଁ ।