ସୋହରିଆ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ସୀମାନ୍ତବାସୀ ଏଣିକି ଜରୁରୀକାଳୀନ ରୋଗୀ ପରିବହନ ସେବାର ସମସ୍ୟା ରହିବ ନାହିଁ । ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଟି ଓ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ଗାଡ଼ି ରହିଥିବାରୁ ୫୦ ପଞ୍ଚାୟତର ସାଢ଼େ ୩ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ରୋଗୀ ପରିବହନ ସେବାର ଘୋର ସମସ୍ୟା ଦେଖାଯାଇଥିଲା । ଓଡ଼ିଶା ସୀମାନ୍ତ ସୋହରିଆ ପଞ୍ଚାୟତରେ ଶନିବାର ଗ୍ରୀନ ଏନାର୍ଜି ଡେଭଲପମେଣ୍ଟ ଅଫ୍ ଓଡ଼ିଶା ପକ୍ଷରୁ ଏକ ଆମ୍ବୁଲାନ୍ସ ଜରୁରୀକାଳୀନ ସେବାକୁ ଉଦ୍ଘାଟନ କରିଛନ୍ତି ବରିଷ୍ଠ ସାମାଜିକ କର୍ମୀ ଭଜହରି ସେଠୀ । ଏହି ଅବସରରେ ଭୋଗରାଇ ବିଡିଓ ଶଙ୍କର କୁମାର ପଟ୍ଟନାୟକ ତହସିଲଦାର କମଳାକାନ୍ତ ପଣ୍ଡା, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ସାମାଜିକ କର୍ମୀ ସରୋଜ କୁମାର ବେହେରା, ହରିହର ମଣ୍ଡଳ, ସର୍ବେଶ୍ୱର ପ୍ରଧାନ, ସରପଞ୍ଚ ଜଗନ୍ନାଥ ସେଠୀ, ସମିତିସଦସ୍ୟ ସୁଜାତା ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଉମେଶ ଚନ୍ଦ୍ର ପାତ୍ର, ଜିଲା ପରିଷଦ ସଦସ୍ୟା ନିବେଦିତା ମହାନ୍ତି ପ୍ରମୁଖ ସୋହରିଆ ବ୍ୟତୀତ ଆଖପାଖ ପଞ୍ଚାୟତର ସୀମାନ୍ତବାସୀ ଆମ୍ବୁଲାନ୍ସ ସେବାର ସଦ୍ ଉପଯୋଗ ଉପରେ ଆଲୋକପାତ କରିଥିଲେ ।