ରୋଜଗାର ଦେଉଛନ୍ତି ଅମ୍ବାନୀ-ଆଦାନୀ, ତାଙ୍କୁ ପୂଜା କରାଯିବା ଉଚିତ: ବିଜେପି ସାଂସଦ
ନୂଆଦିଲ୍ଲୀ: ଅମ୍ବାନୀ ଏବଂ ଆଦାନୀଙ୍କୁ ପୂଜା କରାଯିବା ଉଚିତ୍ । କାରଣ ସେହିଁ ରୋଜଗାରର ଦେଉଛନ୍ତି । ତେବେ ବେରୋଜଗାରୀକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ବିତର୍କ ଜାରି ରହିଛି । ଏହା ମଧ୍ୟରେ ବିଜେପିର ଜଣେ ସାଂସଦ ଅଜବ ବୟାନ ଦେଇଛନ୍ତି । ସାଂସଦ ଜେ ଅଲଫୋନ୍ସ କହିଛନ୍ତି, ଅମ୍ବାନୀ ଏବଂ ଆଦାନୀଙ୍କ ପରି ଉଦ୍ୟୋଗପତିଙ୍କୁ ପୂଜା କରିବା ଉଚିତ୍ ।
କାରଣ ସେମାନେ ଦେଶରେ ରୋଜଗାର ସୃଷ୍ଟି କରୁଛନ୍ତି । କେନ୍ଦ୍ରୀୟ ବଜେଟରେ ବିତର୍କରେ ଯୋଗ ଦେଇ ସାଂସଦ କହିଛନ୍ତି, ଆପଣ ମୋ ଉପରେ ପୁଞ୍ଜିପତିଙ୍କ ମୁଖପାତ୍ର ହେବାର ଅଭିଯୋଗ କରି ପାରନ୍ତି । ଯେଉଁ ଲୋକେ ଦେଶରେ ନିଯୁକ୍ତି ସୃଷ୍ଟି କରୁଛନ୍ତି, ଲୋକଙ୍କୁ ରୋଜଗାର ଦେଉଛନ୍ତି । ମୁଁ ସେମାନଙ୍କର ନାମ ନେବାକୁ ଚାହୁଁଛି । ରିଲାଏନ୍ସ ହେଉ କି, ଅମ୍ବାନୀ ହୁଅନ୍ତୁ, ଆଦାନୀ ହୁଅନ୍ତୁ ଯିଏ ବି ଦେଶରେ ରୋଜଗାର ସୃଷ୍ଟି କରୁଛନ୍ତି, ସେମାନଙ୍କୁ ପୂଜା କରାଯିବା ଉଚିତ୍ । କାରଣ ସେମାନେ ରୋଜଗାର ଦେଉଛନ୍ତି । ସେମାନଙ୍କୁ ସମ୍ମାନ ହେବା ଉଚିତ୍ ବୋଲି ସାଂସଦ ଅଲଫୋନ୍ସ କହିଛନ୍ତି । ତାଙ୍କର ବୟାନକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ବିରୋଧୀ ଦଳ ।