ଦାରିଙ୍ଗବାଡି ମଙ୍ଗଳ ବିଭାଗ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ
କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ୍ ଗ୍ରିନ୍ ବାଡିରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ ଜଣ ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କୁ ଦଶମ ଶ୍ରେଣୀର ୪ ଛାତ୍ର ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସରୁ ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ସେମାନଙ୍କୁ ନିଜ ଗ୍ରାମ ଆଡେ ପଠାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ମାଡ଼ ଖାଇଥିବା ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ବୁଝାସୁଝା କରାଯାଉଛି । ଭାଇରାଲ୍ ହେଉଥିବା ଦୁଇଟି ଭିଡ଼ିଓ ଗତ ମଙ୍ଗଳ ବାର କାର୍ତ୍ତିକ ପୂର୍ଣ୍ଣିମା ଛୁଟି ଦିନର ବୋଲି ଜଣାପଡିଛି । ଏହି ଭିଡ଼ିଓରେ ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ଦଶମ ଶ୍ରେଣର ୨ ଜଣ ଛାତ୍ର ଅମାନୁସିକ ଭାବେ ମାଡ଼ ମାରୁଥିବା ବେଳେ ଆଉ ୨ ଜଣ ଛାତ୍ର ଏହାର ମଜା ଉଠାଇବା ସହ ସହପାଠୀଙ୍କ ସହଯୋଗ କରୁଥିବା ଦେଖିବାକୁ ମିଳିଛ । ତେବେ ଦଶମ ଛାତ୍ର ମାନେ କିଛି ବେଆଇନ କାର୍ଯ୍ୟ କରୁଥିବା ବେଳେ ଏ ମାନେ କୁଆଡେ ଦେଖିଦେଇଥିଲେ ଏଣୁ କାଳେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କହିଦେବେ ଏଣୁ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ-ଚମକ ଗାଳିଗୁଲଜ କରିବାସହ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଏବଂ ଦଶମ ଶ୍ରେଣୀର ଛାତ୍ର ମାନେ ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ନିଜେ ସୁଟିଂ କରି ଭାଇରଲ କରିଥିବା ଶୁଣିବାକୁ ମିଳୁଛି ।
ତେବେ ପିଲାଙ୍କ ଦାୟିତ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ, ସୁପରିଟେଡ଼େଣ୍ଟ ଥିଲେ ମଧ୍ୟ ଏଭଳି ଅମାନୁଷିକ ଘଟଣା କିଭଳି ଘଟିଲା ଆଉ ପାଖରେ ମୋବାଇଲ ରଖି ପିଲାମାନେ ଭିଡିଓ ସୁଟିଂ କଲେ କିପରି ବୋଲି ଅବିଭାବକ ମାନେ ପ୍ରଶ୍ନ କରିଛନ୍ତି । ଦାୟିତ୍ୱରେ ଥିବା ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ଦାଇତ୍ୱହୀନତା, ବେପରୁଆ ମନୋବୃତି ଯୋଗୁଁ ବିଭିନ୍ନ ସମୟରେ ଏଭଳି ସମ୍ବେଦନ ଶିଳ ଘଟଣା ମାନ ଘଟୁଛି ବୋଲି ଅବିଭାବକ ମାନେ ଆହୁରି ଅଭିଯୋଗ କରିଛନ୍ତି ।ଦାରିଙ୍ଗବାଡି ବ୍ଲକ ମଙ୍ଗଳ ଅଧିକାରୀ ବୁରୁ ମାଝୀ ପାଡ୍ରା ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଅଭିଯୋଗ ପାଇବା ପରେ ଜିଲ୍ଲାମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ନିଜେ ତଦନ୍ତ କରୁଥିବା କହିଛନ୍ତି ତଦନ୍ତ ପରେ ଆବଶ୍ୟକ ପଡିଲେ ଥାନାରେ ଏତେଲା ଦିଆଯିବବୋଲି କହିଛନ୍ତି । ଦାଇତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀ ଓ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେହେରା ଆହୁରି କହିଛନ୍ତି ।