ସୂଚନା ନଦେଇ ବିଦ୍ୟୁତ ସଂଯୋଗ ବିଛିନ୍ନ ଅଭିଯୋଗ : ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ
ରୂପସା : ବାଲେଶ୍ୱର ଜିଲା ରୂପସା ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ଆଙ୍କୋ ବିନ୍ଧା ଗ୍ରାମରେ ବୁଧବାର ଉତ୍ତେଜନା ଦେଖାଦେଇଛି । କୌଣସି ସୂଚନା ଦିଆନଯାଇ ବକେୟା ବିଲ୍ ପୈଠ ନ ହେବାରୁ ବିଭାଗ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବାକୁ ଉପଭୋକ୍ତା ବିରୋଧ କରିଛନ୍ତି । ବିଭାଗୀୟ କର୍ମଚାରୀ ମହିଳା ଉପଭୋକ୍ତାଙ୍କୁ ଜାତି ଉଠାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ବାସନ୍ତୀ ପାତ୍ର, ଯମୁନା ପାତ୍ର, ସରସ୍ୱତୀ ପାତ୍ର ଓ ସନ୍ଧ୍ୟାରାଣୀ ପାତ୍ର ପ୍ରମୁଖ ରୂପସା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ବିଭାଗ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇ ବକେୟା ବିଲ ମାଗିଥିଲେ । ବିଲ୍ ଦେବା ପାଇଁ ୮ ଦିନ ସମୟ ମାଗିଥିଲେ ହେଁ ବିଭାଗ ପକ୍ଷରୁ ସମୟ ଦିଆନଯାଇ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିଲା । ଅପରପକ୍ଷରେ ବକେୟା ବିଦ୍ୟୁତ ବିଲ ପୈଠ ନ ହେଲେ ସଂଯୋଗ ବିଛନ୍ନ ହେବ ବୋଲି ପୂର୍ବରୁ ସୂଚନା ଦିଆଯାଇଛି ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି । ବିଦ୍ୟୁତ ବିଛିନ୍ନ କରାଯିବା ସମୟରେ ଉପଭୋକ୍ତକ୍ଷ ମାନେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବା ଥାନାରେ ପାଲଟା ଅଭିଯୋଗ ହୋଇଛି । ଏସ୍ଡିପିଓ ଜଳନ୍ଧର ଜାଲି ଘଟଣାର ତଦନ୍ତ ଜାରି ରଖିଛନ୍ତି ।