ଦଶମ ଓ ଯୁକ୍ତ୨ ପରୀକ୍ଷା ପାଇଁ କରାଯାଇଛି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା
ଭୁବନେଶ୍ୱର : ମାର୍ଚ୍ଚ ୧୦ରେ ମାଟ୍ରିକ ସମ୍ମେଟିଭ ୨ ଏବଂ ମାର୍ଚ୍ଚ ୧ ତାରିଖରେ ଯୁକ୍ତ୨ ପରୀକ୍ଷା ହେବ । ଏନେଇ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମାଟ୍ରିକରେ ଚଳିତ ବର୍ଷ ସମ୍ମେଟିଭ ପ୍ରକ୍ରିୟାରେ ପରୀକ୍ଷା କରାଯାଉଛି, ଆଗାମୀ ବର୍ଷ ଏହି ପ୍ରକ୍ରିୟାରେ ପରୀକ୍ଷା ହେବ କି ନାହିଁ, ଫଳ ପ୍ରକାଶ ପରେ ସେନେଇ ନିଷ୍ପତି ନିଆଯିବ ।