ଆଜି ଠାରୁ ପୁରୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
ପୁରୀ : ରାଜ୍ୟରେ ମହାମାରୀ କରୋନା ଏବେ ଅଣାୟତ୍ତ । ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଥିବା ବେଳେ ସଂକ୍ରମଣ କୁ ଆୟତକୁ ଆଣିବା ପାଇଁ ସମସ୍ତେ ଚିନ୍ତାରେ । ରାଜ୍ୟରେ କରୋନାର ଏହି କୋପକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଧର୍ମାନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ମାନେ ନିଷ୍ପତି ନେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ସଂକ୍ରମଣ ଭୟରେ ଗଞ୍ଜାମ ପରେ ପରେ ଏବେ ପୁରୀରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ପୁରୀ ଜିଲ୍ଲାପାଳ । ଆଜି ଠାରୁ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଶ୍ରୀମନ୍ଦିର ମଧ୍ୟ ସମାନ ଭାବରେ ସଂକ୍ରମଣ ଭୟରେ ସୋମବାର ଠାରୁ ଭକ୍ତଙ୍କ ପାଇଁ ମନ୍ଦ ରହିଛି । ସବୁ ଧର୍ମାନୁଷ୍ଠାନ ଗୁଡିକରେ କେବଳ ନୀତିକ୍ରାନ୍ତି ସମ୍ପନ୍ନ ହେବା ପାଇଁ ପୂଜାର୍ଚ୍ଚନା ଜାରି ରହିବ ଏବଂ ବାହାର ଭକ୍ତ ମାନଙ୍କ ପ୍ରବେଶ ଉପରେ କଡା କଟକଣା ଲାଗିବ ବୋଲି ସୂଚନା ରହିଛି । ମେ ୧୫ ତାରିଖ ପରେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏହାପରେ ମନ୍ଦିର ଖୋଲାଯିବ ନା ପୁଣି ମନ୍ଦିର ଆଉ କିଛି ବନ୍ଦ ହେବା ନେଇ ଘୋଷଣା ହେବ ତାହା ସ୍ଥିର କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।