୧୬ରୁ କର୍ଣ୍ଣାଟକ ଖୋଲିବ ସମସ୍ତ କଲେଜ
ବାଙ୍ଗାଲୋର : ହିଜାବ ପ୍ରସଙ୍ଗରେ ବିରୋଧ ଯୋଗୁଁ ବନ୍ଦ ହୋଇଥିବା ସମସ୍ତ କଲେଜ ଆସନ୍ତାକାଲିଠାରୁ ଖୋଲିବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଉଚ୍ଚ ଶିକ୍ଷାମନ୍ତ୍ରୀ ଫେବ୍ରୁଆରୀ ୧୬ରୁ ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ହାଇକୋର୍ଟଙ୍କ ପ୍ରସ୍ତାବ ଆଧାରରେ ସୋମବାରଠାରୁ ସ୍କୁଲ ଖୋଲିଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଧାର୍ମିକ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟଙ୍କ ପ୍ରସ୍ତାବ ପରେ ସରକାର ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ, ହିଜାବ ନିଷେଧାଦେଶ ବିରୋଧରେ ଆବେଦନକାରୀମାନେ ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି ।
ତେବେ ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ଧାର୍ମିକ ବସ୍ତ୍ର ପିନ୍ଧିବାକୁ ଅନୁମତି ନଦେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ । ହିଜାବ ପିନ୍ଧି ସ୍କୁଲ ପରିସରରେ ପହଞ୍ଚିଥିବା ମୁସଲମାନ ଛାତ୍ରୀମାନଙ୍କୁ କ୍ଲାସରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ହଟାଇବାକୁ କୁହାଯାଇଥିଲା । ଉଡୁପି ତହସିଲଦାର ପ୍ରଦିପ କୁରୁଦେକର କହିଛନ୍ତି ଯେ ଗେରୁଆ ଶାଲରେ ହିନ୍ଦୁ ଛାତ୍ରମାନଙ୍କ ଆସିବା ଖବର ନାହିଁ । ଆଇନ ଶୃଙ୍ଖଳା ବଜାୟ ରଖିବା ତଥା କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ଉଡୁପି ଟାଉନ ଏବଂ ସ୍କୁଲ ନିକଟରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ସେପଟେ ହିଜାବ ବିବାଦ ମାମଲାର ଶୁଣାଣିକୁ ଆଜିଯାଏଁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ । ଅପରାହ୍ନ ସାଢେ ୨ଟା ବେଳେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ରିତୁରାଜ ଆୱାସ୍ଥି ଏବଂ ଜଷ୍ଟିସ୍ କ୍ରିିଷ୍ଣା ଏସ୍ ଦିକ୍ଷୀତ ଏବଂ ଜଷ୍ଟିସ୍ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ହିଜାବ ମାମଲାର ଶୁଣାଣି କରିବେ । ସରକାରୀ ଉଚ୍ଚ ବିଦ୍ୟାଳୟର ଦ୍ୱିତୀୟ ପ୍ରି-ୟୁନିଭରସିଟି ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଅଫଲାଇନ୍ କ୍ଲାସ୍ ଶୀଘ୍ର ଆରମ୍ଭ କରିବାକୁ ଦାବି କରି ଏକ ସ୍ମାରକପତ୍ର ଦାଖଲ କରିଛନ୍ତି । ତେବେ ପ୍ରି-ୟୁନିଭରସିଟି ଏବଂ ଡିଗ୍ରୀ କଲେଜଗୁଡ଼ିକର ପୁନଃ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।