ମଦ ବେପାରକୁ ବିରୋଧ : ନାବାଳକ ପୁଅକୁ କାମୁଡି ରକ୍ତାତ କଲା ବାପା
ବାଲିଆପାଳ (ସୁବାସ ଦାସ) : ବାଲେଶ୍ଵର ଜିଲା ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତ ଧାନନ୍ଦା ଗ୍ରାମରେ ମଦ ବେପାରକୁ ନେଇ ଅଘଟଣ । ମଦ ବେପାରକୁ ବିରୋଧ କରିବାରୁ ନାବାଳକ ପୁଅକୁ କାମୁଡି ରକ୍ତାତ କଲା ବାପା । ଏନେଇ ଗ୍ରାମରେ ଉତ୍ତେଜନା ଜାରି ରହିଛି ।
ସୂଚନା ଯେ, ଧାନନ୍ଦା ଗ୍ରାମରେ ପ୍ରବଳ ଦେଶୀ ଓ ବିଦେଶୀ ମଦ ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ବିଷ୍ଣୁ ପଦ ଦେହୁରୀ ଓ ଜଗନ୍ନାଥ ଜେନା ବେପାର କରି ଆସୁଥିବା ବେଳେ ମଦକୁ ନେଇ ଗ୍ରାମରେ ଅଶାନ୍ତି ଲାଗି ରହୁଛି । ଅବକାରୀ ଵା ପୋଲିସ ନୀରବଦ୍ରଷ୍ଟା ସାଜିଥିବା ବେଳେ ଗତ ଶୁକ୍ରବାର ରାତିରେ ଗାଁ ର ମହିଳା ମାନେ ଏହି ଦୁଇ ବେପାରୀଙ୍କ ଠାରୁ ମଦ ଜବତ କରିଥିଲେ । ମାତ୍ର ଶନିବାର ସକାଳେ ଉକ୍ତ ଗ୍ରାମର ମଦୁଆ ବାପା ପ୍ରଫୁଲ୍ଲ ଦଳେଇ ବେପାରୀଙ୍କ ସପକ୍ଷରେ ଯାଇ କାହିଁକି ମହିଳା ମାନେ ମଦ ଧରିଲେ ବୋଲି ପାଟି ତୁଣ୍ଡ ଓ ମାର ପିଟ କରିଥିଲେ। ଘଟଣାରେ ତାଙ୍କର ନାବାଳକ ପୁଅ ବାପାଙ୍କୁ ମାର ପିଟରୁ ରୋକିବା ବେଳେ ସେ ତାଙ୍କ ପୁଅକୁ କାମୁଡି ରକ୍ତାକ୍ତ କରିଦେଇଥିଲେ । ଏଥିରେ ପୁଅର ଛାତିରେ ବଡ଼ କ୍ଷତ ହୋଇଥିବା ହୋଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ମଦୁଆ ବାପା ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଏନେଇ ଗାଁରେ ଏବେବି ଉତ୍ତେଜନା ଜାରି ରହିଛି । ଖବରପାଇ ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଥିବା ଜଣାପଡ଼ିଛି ।