ଅକ୍ଷୟ କୁମାର କିଣିଲେ ବିଳାଶପୂର୍ଣ୍ଣ ଫ୍ଲାଟ୍, ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଅଭିନୟ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ଅକ୍ଷୟ କୁମାରଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୁଏ ଏବଂ ବେଳେବେଳେ ତାଙ୍କ ଚଳଚ୍ଚିତ୍ରର ରିଲିଜ୍-ଟିଜର-ଗୀତ ହେତୁ ସେ ଲାଇମଲାଇଟକୁ ଆସନ୍ତି । ଏଥିସହିତ ଅକ୍ଷୟ କୁମାର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ପରିସ୍ଥିତିରେ ଅକ୍ଷୟ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ଏହାର କାରଣ ଅଭିନୟ ନୁହେଁ ବରଂ ତାଙ୍କର ନୂଆ ଫ୍ଲାଟ୍ । କୁହାଯାଉଛିଯେ, ଅକ୍ଷୟ କୁମାର ଏକ ନୂଆ ଫ୍ଲାଟ କିଣିଛନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ । ଏବଂ ଏହି ଫ୍ଲାଟଟି ବହୁତ ବିଳାସପୂର୍ଣ୍ଣ ଅଟେ । ତେବେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ସାମ୍ନାକୁ ଆସିନାହିଁ । ଏକ ରିପୋର୍ଟ ଅନୁଯାୟୀ ବଲିଉଡର ‘ଖିଲାଡି’ ଅକ୍ଷୟ କୁମାର ଏକ ନୂଆ ଫ୍ଲାଟ କିଣିଛନ୍ତି । ରିପୋର୍ଟରେ ଏହି ନୂତନ ବିଳାସପୂର୍ଣ୍ଣ ଫ୍ଲାଟର ମୂଲ୍ୟ ୭.୮ କୋଟି ଟଙ୍କା ବୋଲି କୁହାଯାଉଛି । କୁହାଯାଉଛିଯେ, ଏହି ଫ୍ଲାଟ୍ ଖର ୱେଷ୍ଟର ଜୟ ଲିଜେଣ୍ଡ ବିଲ୍ଡିଂର ୧୯ତମ ମହଲାରେ ରହିଛି । କେବଳ ଏତିକି ନୁହେଁ ଅକ୍ଷୟ ଫ୍ଲାଟ ସହିତ ଚାରିଟି ଗାଡି ପାଇଁ ପାର୍କିଂ ସ୍ଥାନ ମଧ୍ୟ ଦିଆଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର ଡିସେମ୍ବର ୨୦୨୧ ରେ ଆନ୍ଧେରି ୱେଷ୍ଟରେ ଅବସ୍ଥିତ ତାଙ୍କ ଅଫିସକୁ ୯ କୋଟିରେ ବିକ୍ରି କରିଥିଲେ, ଏହା ପରେ ସେ ଖର ୱେଷ୍ଟରେ ଏକ ନୂତନ ଆପାର୍ଟମେଣ୍ଟ ନେଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଆସିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ଏବଂ ତାଙ୍କ ନୂଆ ଫ୍ଲାଟର ଚିତ୍ର ଦେଖିବାକୁ ଚାହୁଁଛନ୍ତି ।