ଓମିକ୍ରନର ୫ଟି ଲକ୍ଷଣକୁ ନେଇ ଚେତାବନୀ ଦେଲା ଏମସ୍! ଦେଖାଦେବା ମାତ୍ରେ ଜାଣନ୍ତୁ ସଂକ୍ରମଣ ଗମ୍ଭୀର ସ୍ତରରେ ରହିଛି

ନୂଆଦିଲ୍ଲୀ : ଭାରତରେ ପୁଣିଥରେ କୋରୋନା ମହାମାରୀ ନିଜର ଗତି ଧରିଲାଣି। କାରଣ ଦେଶରେ ଆଜି ସୁଦ୍ଧା ୩ ହଜାର ପାର ହୋଇଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୭ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସା ପରେ ୧ ହଜାର ୧୯୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୭ ଦଶମିକ ୭୪ ପ୍ରତିଶତ ଛୁଇଁଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୪ ଦଶମିକ ୫୪ ପ୍ରତିଶତ ରହିଛି।
ସେହିପରି ଓମିକ୍ରନର ଲକ୍ଷଣ ବିଷୟରେ ହେଲଥ୍ ଏକ୍ସପର୍ଟସଙ୍କ ଦ୍ୱାରା ସମୟ ସମୟ ଧରି ସୂଚନା ମଧ୍ୟ ଦିଆଯାଉଛି । ସୂଚନାନୁସାରେ, ୟୁଏସ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଫର ପ୍ରିବିନସେନ ଆନାଲିସିସ୍ ଏହି ଭାରିଏଣ୍ଟ ଉପରେ ସବୁଠାରୁ ଅଧିକାଂଶ ଦେଖାଯାଉଥିବା ଲକ୍ଷଣ ମଧ୍ୟରେ ଅଛି । ତାହା ହେଉଛି କାଶ ହେବା, ଥକ୍କାପଣ, କଫ ଓ ନାକରୁ ବୋହିବା…ସେହିପରି ଏମସ୍ ଓମିକ୍ରନର ପାଞ୍ଚଟି ଲକ୍ଷଣକୁ ସୂଚିବଦ୍ଧ କରି ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ଚେତାବନୀ ଜାରି କରିଛି । ଏହି ଲକ୍ଷଣ ଦେଖାଦେବା ମାତ୍ରେ ଜାଣିବା ଯେ, ସଂକ୍ରମଣ ଗମ୍ଭୀର ସ୍ତରରେ ଅଛି।
ଓମିକ୍ରନ ଭାରିଏଣ୍ଟର ୫ ଲକ୍ଷଣ ଗୁଡିକ ହେଲା : ନିଃଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା। ଅକ୍ସିଜେନ ସ୍ତରରେ ଅସ୍ଥିରତା ଦେଖାଦେବା । ଛାତିରେ ଲଗାତାର ଯନ୍ତ୍ରଣା/ଭାରି ଭାରି ଲାଗିବା । ମାନସିକ ସ୍ତରରେ ଅସ୍ଥିରତା । ଲକ୍ଷଣ ୩ ରୁ ୪ ଦିନ ବା ଅଧିକ ଦିନ ପର୍ଯ୍ୟନ୍ତ ରହିବା ।ସେହିପରି ବିଶେଷଜ୍ଞଙ୍କ ମତ, ଯଦି କେହିବି ଭାଇରସ ସମ୍ପର୍କରେ ଆସନ୍ତି ତେବେ ସମ୍ପର୍କର ୫ ଦିନ ପରେ ତାଙ୍କ ଠାରେ ଲକ୍ଷଣ ଦେଖା ଆରମ୍ଭ ହୋଇଥାଏ। ତେବେ ଲକ୍ଷଣ ଦେବା ପରେ ତୁରନ୍ତ ନିଜକୁ ଆଇସୋଲେଟ କରିବା ଜରୁରୀ । ଆଉ ଯେବେ ଯାଏ ରିପୋର୍ଟ ନେଗେଟିଭ୍ ନଆସିଛି ସେବେ ଯାଏ ନିଜକୁ ସଂଗରୋଧରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।