Skip to content
ଅହମ୍ମଦାବାଦ: ଅହମ୍ମଦାବାଦ ସିରିୟଲ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟ ସ୍ୱତନ୍ତ୍ର କୋର୍ଟ ଆଜି ଫଇସଲା ଶୁଣାଇଛି । ଉକ୍ତ ମାମଲାର ୭୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪୯ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୮ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହି ଫଇସଲା ଜଜ୍ ଅମ୍ବାଲାଲ ପଟେଲ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ୨୦୦୮ ଜୁଲାଇ ୨୬ରେ ଗୁଜରାଟର ଅହମ୍ମଦାବାଦସ୍ଥିତ ୨୦ଟି ଜାଗାରେ ୨୧ଟି ବିସ୍ଫୋରଣ ଘଟିଥିଲା । ଏଥିରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪୬ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ । ଉକ୍ତ ମାମଲାରେ ୯ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିଲା । ୧୧୧୭ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା ।
Post Views: 2,714