ଖମ୍ବଆଳୁ ଚାଷ

ଖମ୍ବଆଳୁ ବା ଦେଶୀଆକୁ ଏକ ରୁଚିକର ପରିବା । ଏଥିରେ ପ୍ରଚୁର ପରିମାଣରେ ଶର୍କରା ଜାତୀୟ ଖାଦ୍ୟ ଥାଏ ।
ଆମ ରାଜ୍ୟରେ ଗ୍ରାମମାନଙ୍କରେ ବାଡ଼ କଡ଼ରେ ବା ପାନ ବରଜରେ ଏହି ଜାତୀୟ ଆଳୁ ଲଗାଯାଇଥାଏ । କିନ୍ତୁ ଗଞ୍ଜାମ, କୋରାପୁଟ, ଫୁଲବାଣୀ ପ୍ରଭୃତି ଜିଲ୍ଲାରେ ଲୋକେ ବିଲରେ ମଧ୍ୟ ଚାଷ କରିଥାନ୍ତି । ଅନେକ ପ୍ରକାରର ଦେଶୀଆଳୁ ଚାଷ କରାଯାଇଥାଏ ।
ସାଧାରଣତଃ ଆକାର ଅନୁସାରେ ଏହାକୁ ଖମ୍ବଆଳୁ ବା ହାତୀ ଖୋଜିଆ ଆକୁ ବୋଲି କୁହାଯାଏ । ହାତୀଖୋଜିଆ କିସମର ଆଳୁ ଲମ୍ବ ନ ହୋଇ ଚଉଡ଼ାରେ ବଡ଼ ବଡ଼ ହୋଇଥାଏ ଓ ସମୟ ସମୟରେ ଗୋଟିଏ ଗୋଟିଏ ଗଛରୁ ୨୫ ରୁ ୩୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଆକୁ ମିଳିଥାଏ ।
ଲଗାଇବା ସମୟ :
ସାଧାରଣତଃ ଦେଶୀଆକୁ ମେ-ଜୁନ୍ ମାସରେ ଲଗାଯାଏ । ଶୀତ ଋତୁରେ ଗଛ ବେଶୀ ବଢ଼େ ନାହିଁ ।
ମାଟି :
ହାଲୁକା, ନିଗିଡ଼ା ମାଟିରେ ଦେଶୀ ଆଳୁ ଭଲ ହୁଏ । ଖାଲୁଆ ଜମିରେ ପାଣି ଜମୁଥିବାରୁ ଦେଶୀଆଳୁ ଭଲ ଅମଳ ଦେଇ ନଥାଏ ।
ଖମ୍ବଆଳୁ କିସମ :
ଶୀକିର୍ତ୍ତି, ଶ୍ରୀକୃପା, ହାତୀଖୋଜ, ଶ୍ରୀଶିଳ୍ପୀ, ଶ୍ରୀଲତା, ଶ୍ରୀକଳା, ଶ୍ରୀଶୁଭ୍ରା, ଶ୍ରୀଷୀୟା, ଶ୍ରୀଧନ୍ୟ । ଏକର ପ୍ରତି ପ୍ରାୟ ୫୦୦ କିଲୋଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ ।
ଚାଷ ପ୍ରଣାଳୀ :
ମାଟିକୁ ଭଲ ଭାବରେ ଚାଷ କରି ଗୁଣ୍ଡ କରି ଦିଅନ୍ତୁ । ପରେ ଧାଡିକୁ ଧାଡ଼ି ଓ ଗଛକୁ ଗଛ ୩ ଫୁଟ ବ୍ୟବଧାନରେ ଗାତ କରନ୍ତୁ । ଏକର ପିଛା ୧୫ ରୁ ୨୦ ଗାଡ଼ି ପର୍ଯ୍ୟନ୍ତ ଖତ ପ୍ରୟୋଗ କରନ୍ତୁ ।
ଏଥିସହିତ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାରଜାନ, ୧୨ କି.ଗ୍ରା. ଫସ୍ଫରସ୍ ଓ ୧୨ କି.ଗ୍ରା. ପଟାସ୍ ପ୍ରୟୋଗ କରି ମାଟି ସହ ମିଶାଇ ଦିଅନ୍ତୁ । ଏହାପରେ ୨– ୩ ଇଞ୍ଚ ଗଭୀରର ଗାତ କରି ଦେଶୀଆଳୁ ପୁଆ ଲଗାନ୍ତୁ । ଲଗାଇ ସାରିବା ପରେ ମାଟି ଘୋଡ଼ାଇ ଦିଅନ୍ତୁ । ଗଛ ଉଠିବା ସାରିବା ପରେ ସିଆରରୁ ଘାସ । ଇତ୍ୟାଦି ବାଛି ହୁଡ଼ା ଦେଇ ଦିଅନ୍ତୁ । ପ୍ରତି ୨୦ ଦିନ ଅନ୍ତରରେ ଥରେ ହିସାବରେ ୨ ରୁ ୩ ଥର ହୁଡ଼ା ଦେବା ଦରକାର । ଲଗାଇବାର ୭ ରୁ ୮ ସପ୍ତାହ ପରେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାର ସାର ପ୍ରୟୋଗ କରିବା ଉଚିତ୍ ।
ସାଧାରଣତଃ ଏହି ଆଳୁ ଲଟାଉଥିବା ସିଆରରେ ରଜ୍ଞା ଦେବା ଉଚିତ୍ । ବାଉଁଶ ବା ଡାଳ ପୋତି ରଞ୍ଜା କରାଯାଇପାରେ । ପ୍ରାୟ ୮ ରୁ ୯ ମାସ ପରେ ଆକୁ ଅମଳ ହେବା ପାଇଁ ଉପଯୁକ୍ତ ହୋଇଥାଏ । ଅମଳ ସମୟକୁ ଗଛର ପତ୍ର ହଳଦିଆ ପଡ଼ିଯାଏ । ଏକର ପିଛା ହାରାହାରି ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଦେଶୀଆକୁ ମିଳିଥାଏ ।
ରୋଗପୋକ :
ଦେଶୀଆକୁ ଗଛରେ ପତ୍ରଦାଗ ( ବ୍ରାଇଟ୍) ଓ ଡାଇବ୍ୟାକ୍ ରୋଗ ହୋଇଥାଏ । ପତ୍ରରେ ଦାଗ ହୋଇ ଝଡ଼ିପଡ଼େ । ସାଧାରଣତଃ କାର୍ବେଣ୍ଡାଜିମ୍ ୧.୫ ଗ୍ରାମ୍ ବା ମାଙ୍କୋଜେବ ୩-୪ ଗ୍ରାମ୍ ଜାତୀୟ ଔଷଧ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଦ୍ଵାରା ଏହି ରୋଗରୁ ରକ୍ଷା ମିଳିଥାଏ ।
ମନେରଖନ୍ତୁ :
ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
ଉନ୍ନତ କିସମର ବିହନ ଲଗାନ୍ତୁ ।
ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
ବ୍ୟବସ୍ଥା ଗ୍ରହଣ କରନ୍ତୁ ।
ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।