ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରତ୍ୟାହାର ହେବ କୃଷି ଆଇନ୍
୨୯ରେ ଉପସ୍ଥିତ ରହିବାକୁ ରାଜ୍ୟସଭା ସାଂସଦଙ୍କୁ ବିଜେପିର ହ୍ୱିପ
ନୂଆଦିଲ୍ଲୀ : ଭାଜପା ସଂସଦରେ ଆଗାମୀ ଶୀତକାଳୀନ ଅଧିବେଶନରେ ତାର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ୨୯ ନଭେମ୍ବରରେ ସଦନର କାଯ୍ୟକ୍ରମରେ ଉପସ୍ଥିତ ହେବାକୁ ଗୁରୁବାର ଦିନ ହ୍ୱିପ୍ ଜାରି କରିଛନ୍ତି । ହ୍ୱିପ୍ ଜାରି ପରେ ଦଳର ସମସ୍ତେ ଏକତ୍ରିତ ହେବା କଥା ବୁଝା ପଡୁଛି ଯେ ଅଧିବେଶନର ପ୍ରଥମ ଦିନରେ ତିନୋଟି କୃଷି ଆଇନକୁ ଫେରାଇ ନେବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।
ରାଜ୍ୟସଭାରେ ଭାଜପାର ମୁଖ୍ୟ ସଚେତକ ଶିବ ପ୍ରତାପ ଶୁକ୍ଳ ହ୍ୱିପ୍ ଜାରି କଲାବେଳେ କହିଛନ୍ତି ଭାରତୀୟ ଜନତା ପାର୍ଟିର ସବୁ ରାଜ୍ୟ ସଭା ସଦସ୍ୟଙ୍କୁ ସୁଚନା ଦିଆଯାଇଛି ଯେ କିଛି ଅତି ମହତ୍ୱ ପୂର୍ଣ କାର୍ଯ୍ୟ ଆଲୋଚନା କରିବା ଏବଂ ପାରିତ କରା ଯିବ । ଭାରତୀୟ ଜନତା ପାର୍ଟିର ସବୁ ରାଜ୍ୟ ସଭା ସାଂସଦଙ୍କୁ ନିବେଦନ କରାଯାଇଛି ଯେ ୨୯ ନଭେମ୍ଭର ସୋମବାର ୨୦୨୧ରେ ପୁରା ଦିନ ତମାମ ଉପସ୍ଥିତ ରହି ସରକାରଙ୍କ ପକ୍ଷର ସମର୍ଥନ କରିବେ ।