ପୁଣି ଅମ୍ବାନୀ ପରିବାରକୁ ଧମକ
ମୁମ୍ବାଇ : ପୁଣି ଆମ୍ବାନୀ ପରିବାରକୁ ଧମକ । ଆଣ୍ଟିଲିଆ ମାମଲା ପରେ ବିଶିଷ୍ଟ ଉଦ୍ୟୋଗପତି ତଥା ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ କଲ ଆସିଛି । କେହି ଜଣେ ବ୍ୟକ୍ତି ରିଲିୟାନ୍ସ ଫାଉଣ୍ଡେନସ ହସ୍ପିଟାଲର ନମ୍ବରରୁ ଏହି କଲ କରିଥିବା କୁହାଯାଉଛି । ଏନେଇ ହସ୍ପିଟାଲ ଲୋକ ଡିବି ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଖବର ପାଇବା ପରେ ପୋଲିସ ସଜାଗ ହୋଇ ପୁରା ମାମଲାର ତଦନ୍ତ ଆରମ୍ଭ କରିଛି । ଏହାରି ଭିତରେ ମୋଟ ୮ ଥର ଧମକ କଲ ଆସିଥିବା ଜଣାପଡିଛି । ପୋଲିସ ସମସ୍ତ କଲ ରେକର୍ଡର ଯାଞ୍ଚ କରୁଛି ।
କିଛି ଘଣ୍ଟା ଭିତରେ ବଡ ଅଘଟଣ ଘଟାଇବା ନେଇ କଲରେ କହିଛି ଅଜଣା ବ୍ୟକ୍ତି । କଲ କରିଥିବା ବ୍ୟକ୍ତି ନିଶ୍ଚୟ ଗିରଫ ହେବ ବୋଲି କହିଛନ୍ତି ମୁକେଶ ଆମ୍ବାନୀ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛି । ଡାକ୍ତରଖାନା ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କହିଛି କଲ କରିଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ । ଆମ୍ବାନୀ ପରିବାରକୁ ଏହା ଦ୍ବିତୀୟ ଧମକ କଲ ।