ପୁଣି ମହଙ୍ଗା ମାଡ଼ : ୫୦ ଟଙ୍କା ବଢ଼ିଲା ଏଲ୍ପିଜି ଦର
ଭୁବନେଶ୍ୱର: ରୋଷେଇ ଘରେ ପୁଣି ପଡ଼ିଲା ମହଙ୍ଗା ମାଡ଼ । ରନ୍ଧନ ଗ୍ୟାସ ଦର ପୁଣି ସରକାର ବୃଦ୍ଧି କରିଛନ୍ତି । ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ଟଙ୍କା ବୃଦ୍ଧି କରାଯାଇଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି କରାଯାଇଥିବା କୁହାଯାଉଛି । କାରଣ ନିର୍ବାଚନ ପୂର୍ବରୁ କିଛି ମାସ ହେବ ରନ୍ଧ ଗ୍ୟାସ ଦର ସ୍ଥିର ରହିଥିଲା । ନିର୍ବାଚନ ଶେଷ ହେବା ପରେ ଏକାଥରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ବର୍ତମାନ ବର୍ତମାନ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ଟଙ୍କା ରହିଛି । ପୂର୍ବରୁ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ମୂଲ୍ୟ ୯୨୬ଟଙ୍କା ରହିଥିଲା । ଅନ୍ୟପଟେ ଭୁବନେଶ୍ୱର ପରି କୋଲକାତାରେ ମଧ୍ୟ ସିଲିଣ୍ଡର ମୂଲ୍ୟ ୯୭୬ଟଙ୍କା ରହିଛି ।
ଦେଶବାସୀଙ୍କ ଉପରେ ପୁଣି ପଡ଼ିଛି ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ ଦାମ୍ ସହ ଘରୋଇ ସିଲିଣ୍ଡର ଦାମ୍ ବି ବଢ଼ିଛି । ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ୍ ମଙ୍ଗଳବାର ସିଲିଣ୍ଡର ପିଛା ୫୦ ଟଙ୍କା ଳେଖାଏ ବଢ଼ିଛି । ଶେଷ ଥର ପାଇଁ ଗତ ଅକ୍ଟୋବର ୬ ତାରିଖରେ ଘରୋଇ ସିଲିଣ୍ଡର ଦାମ୍ ବଢ଼ିଥିଲା । ଏହାପରେ ଗତକାଲି ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି । ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଂଚିଛି କୋଲକତାରେ ଏଲପିଜି ସିଲିଣ୍ଡର ଦାମ୍ ପୂର୍ବରୁ ୯୨୬ ଟଙ୍କା ଥିବା ବେଳେ ଏବେ ତାହା ୯୭୬ ଟଙ୍କାରେ ପହଂଚିଛି । ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ଦାମ ୯୩୮ ଟଙ୍କାରୁ ବଢ଼ି ୯୮୭.୫ ଟଙ୍କାରେ ପହଂଚିଛି । ପାଟଣାରେ ସିଲିଣ୍ଡର ପିଛା ଦାମ୍ ହଜାରେ ଟଙ୍କା ପାର୍ କରିଛି । ପୂର୍ବରୁ ଏଠାରେ ସିଲିଣ୍ଡର ପିଛା ୯୯୮ ଟଙ୍କା ଥିବା ବେଳେ ତାହା ୧୦୩୯.୫ରେ ପହଂଚିଛି । ମାୟାନଗରୀ ମୁମ୍ବାଇରେ ଏଲପିଜି ସିଲିଣ୍ଡର ପିଛା ରେଟ୍ ପୂର୍ବରୁ ୮୯୯.୫ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଂଚିଛି । ଚେନ୍ନାଇରେ ପୂର୍ବରୁ ସିଲିଣ୍ଡର ପିଛା ଦାମ୍ ୯୧୫.୫ ଟଙ୍କା ଥିବା ବେଳେ ଏବେ ତାହା ୯୬୫.୫ ଟଙ୍କାରେ ପହଂଚିଛି । ପେଟ୍ରୋଲ ଓ ଡିଜେଲ ଦାମ୍ ୪ ନଭେମ୍ବର ପରଠୁ ସ୍ଥିତ ଥିଲା । ସେହିପରି ଘରୋଇ ସିଲିଣ୍ଡର ଦାମ ୬ ଅକ୍ଟୋବର ପରଠୁ ବଢ଼ି ନଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସଙ୍ଗେ ପେଟ୍ରୋଲ, ଡିଜେଲ ଓ ଘରୋଇ ସିଲିଣ୍ଡର ଦାମ୍ ବଢ଼ିଥିବାରୁ ଅତିଷ୍ଠ ହୋଇପଡ଼ିଲେଣି ଗ୍ରାହକ । ଏଥିଯୋଗୁ ଅନ୍ୟାନ୍ୟ ସାମଗ୍ରୀ ଦର ବି ବଢ଼ିବା ଆଶଙ୍କା ଦେଖାଦେଇଛି । ଏବେ ଏକ ସଙ୍ଗେ ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ବଢ଼ିଥିବା ବେଳେ ଏହାର ବୋଛ ସାଧାରଣ ଲୋକଙ୍କ ପକେଟ ଓ ରୋଷେଇ ଘର ଉପରେ ପଡ଼ିବ । ଫଳରେ ବଜେଟ ବିଗିଡ଼ିଯିବା ଆଶଙ୍କା ଦେଖାଦେଇଛି ।