ସ୍ୱାଧୀନତା ପରେ କୋଭିଡ-୧୯ ମହାମାରୀ ଦେଶ ପାଇଁ ସବୁଠାରୁ ବଡ ଆହ୍ୱାନ
ନୂଆଦିଲ୍ଲୀ : ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ସ୍ୱାଧୀନତା ପରେ କୋଭିଡ-୧୯ ମହାମାରୀ ଦେଶପାଇଁ ସବୁଠାରୁ ବଡ ଆହ୍ୱାନ । ରାଜନ ଏହା ମଧ୍ୟ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଲୋକଙ୍କୁ ସାହାଯ୍ୟ କରୁନାହାଁନ୍ତି ସରକାର । ଦିଲ୍ଲୀର ଚିକାଗୋ ୟୁନିଭରସିଟିର ଅନଲାଇନ୍ ଇଭେଣ୍ଟକୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଦେବାଳିଆ ଘୋଷଣା ପାଇଁ ତ୍ୱରିତ ପ୍ରକ୍ରିୟା ଆବଶ୍ୟକ କରୁଛି ।
ସେ ଆହୁରି କହିଛନ୍ତି ମହାମାରୀ ଭାରତ ପାଇଁ ଏହା ବହୁତ ବଡ ଦୁଃଖଦ ଘଟଣା । ସ୍ୱାଧିନତା ପରେ କୋଭିଡ-୧୯ ମହାମାରୀ ବୋଧହୁଏ ଦେଶ ପାଇଁ ସବୁଠାରୁ ବଡ ଆହ୍ୱାନ । ରାଜନ କହିଛନ୍ତି ଯେ ଯେତେବେଳେ ମହାମାରୀ ପ୍ରଥମେ ଆସିଲା ତାଲାବନ୍ଦ ପାଇଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଠିକ୍ ନଥିଲା । କିନ୍ତୁ ବର୍ତ୍ତମାନ ଯେଉଂ ପରିସ୍ଥିତି ଉଭୟ ଅର୍ଥନୈତିକ ଏବଂ ବ୍ୟକ୍ତିଗତ ଦୁଇଟି ଯାକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଦେଶରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି । ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜନ କହିଛନ୍ତି ଯେ ମହାରାଷ୍ଟ୍ର ସରକାର କୋଭିଡ-୧୯ ରୋଗୀଙ୍କୁ ଅମ୍ଳଜାନ ଶଯ୍ୟା ଯୋଗାଇବାରେ ସକ୍ଷମ ଅଟନ୍ତି । ସେ କହିଛନ୍ତି ଯେ ଅନେକ ସ୍ଥାନରେ ସରକାର ଆମକୁ ସହଯୋଗ କରୁନାହାଁନ୍ତି ।