ମା’ଙ୍କ ମୃତ୍ୟୁ ପରେ ପୁଅଙ୍କୁ ମିଳିଲା ସଞ୍ଚୟ ବୀମା ଟଙ୍କା
ସିମୁଳିଆ : ଛୋଟଛୋଟ ସଞ୍ଚୟ ବୀମା ସହାୟତା ପ୍ରଦାନ କରିଥାଏ । ଏହାର ଉଦ୍ଧାହରଣ ଦେଖିବାକୁ ମିଳିଛି ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ଅଧୀନ ମଇତାପୁର ଶାସନରେ । ଏହି ଅଞ୍ଚଳର ରଞ୍ଜୁଲତା ଓଝା ସିମୁଳିଆ ଷ୍ଟେଟ ବ୍ୟାଙ୍କ ଶାଖାରେ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ରେ ବାର୍ଷିକ ୩ଶହ ୩୦ଟଙ୍କାରେ ଏକ ବୀମା କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଗଜେନ୍ଦ୍ର ଓଝାଙ୍କୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ଜୋନର ଡିଜିଏମ୍ କୁନ୍ଦନ ଜ୍ୟୋତି ଆରଏମ୍ ପ୍ରଦୀପ କୁମାର ରଥ, ଫିଲ୍ଡ ଅଫିସର ଦୀଗମ୍ବର ଦାସ, ସିମୁଳିଆ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ସୋମନାଥ କବାଟଙ୍କ ଉପସ୍ଥିତିରେ ଏହି ଅର୍ଥରାଶୀର ଚେକ୍ ଗଜେନ୍ଦ୍ରଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଜନସାଧାରଣ ସରକାରଙ୍କ ବିଭିନ୍ନ ଜନହିତକାରୀ ସ୍କିମର ଲାଭ ଉଠାଇବା ପାଇଁ ଡିଜିଏମ୍ ସୂଚନା ଦେଇଥିଲେ ।