୮ ବର୍ଷ ପରେ ଗିରଫ ହେଲେ ଫେରାର୍ ପୂର୍ବତନ ବିଡିଓ
ଭୁବନେଶ୍ୱର : ଆଠ ବର୍ଷ ପରେ ଗିରଫ ହେଲେ ଫେରାର୍ ପୂର୍ବତନ ବିଡିଓ। ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ ।
ସୂଚନା ଯେ, ବିଭିନ୍ନ ଦୁର୍ନୀତିରେ ଜଡିତ ଥିଲେ ପୂର୍ବତନ ବିଡିଓ । ବିଶେଷ କରି ୭ଟି ଦୁର୍ନିତୀ ମାମଲାରେ ରମେଶଙ୍କୁ ଖୋଜୁଥିଲା ଭିଜିଲାନ୍ସ । ଏହି ସବୁ ଦୁର୍ନୀତିରେ ଲିପ୍ତ ରହି ଗତ ୨୦୧୫ରୁ ଫେରାର ଥିଲେ ଶ୍ରୀସାହୁ । ଗିରଫ ପରେ ସୋମବାର ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ । ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡିଶା ଆଣିବ ଭିଜିଲାନ୍ସ । ରିମାଣ୍ଡରେ ଆଣି ଦୁର୍ନୀତିର ମୂଳପୋଛ କରିବ ଭିଜିଲାନ୍ସ ।