୧୬ଘଣ୍ଟା ପରେ ମିଳିଲା ନିଖୋଜ ନାବାଳକ କାଉଡିଆଙ୍କ ମୃତଦେହ
ଜଗତସିଂହପୁର : ଜଗତସିଂହପୁର ଆଳିପିଙ୍ଗଳ ଠାରେ ଜଳଲାଗି ପାଇଁ ପାଣି ଉଠାଇବା ବେଳେ ପାଣିରେ ବୁଡି ନିଖୋଜ ୧୪ ବର୍ଷର ଛାତ୍ରର ମୃତଦେହ ଉଦ୍ଧାର । ଦୀର୍ଘ ୧୬ ଘଣ୍ଟା ଖୋଜାଖୋଜି କରିବା ପରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଦ୍ୱାରା ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତକ ତିର୍ତ୍ତୋଲ ବିଦ୍ୟାଧରପୁରର ରମେଶ ପ୍ରଧାନଙ୍କ ପୁଅ ଭୋଳା ପ୍ରଧାନ । ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ସୂଚନା ଯେ, ଜଗତସିଂହପୁର ଆଳିପିଙ୍ଗଳ ନିକଟସ୍ଥ କେତକେଶ୍ୱର ଘାଟରେ ଦେବୀ ନଦୀରୁ ପାଣି ଉଠାଉଥିବା ବେଳେ ରବିବାର ଦୁଇ ଜଣ କାଉଡ଼ିଆ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ କାଉଡ଼ିଆଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ତେବେ ଦୀର୍ଘ ୧୬ ଘଣ୍ଟା ପରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ କାଉଡ଼ିଆ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ନୂଆପଡା ଗାଁର ରମେଶ ପ୍ରଧାନଙ୍କ ପୁଅ ୧୪ ବର୍ଷ ବୟସ୍କ ଭୋଳା ପ୍ରଧାନ । ସେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ । ତେବେ ଭୋଳା ପ୍ରଧାନ ରବିବାର ଅପରାହ୍ନରେ ୬ଜଣ ସାଙ୍ଗଙ୍କ ସହ ମିଶି ମହାଦେବଙ୍କ ନିକଟରେ ଜଳାଭିଷେକ ପାଇଁ ଯାଇଥିଲେ । ଦେବୀ ନଦୀରେ ପାଣି ଭାର ବୁଡାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭାସି ଯାଇଥିଲେ । ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଭୋଳାଙ୍କ ପତ୍ତା ମିଳିନଥିଲା । ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରୁଥିବା ବେଳେ ତାଙ୍କ ପତ୍ତା ମିଳିପାରିନଥିଲା । ଦୀର୍ଘ ୧୬ ଘଣ୍ଟା ପରେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୋଳାଙ୍କ ମୃତ୍ୟୁ ଖବର ପାଇ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।