୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ପୁଣି ଦେଶରେ ବଢ଼ିଲା ତୈଳ ଦର । ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ୧୩୬ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିବା ବେଳେ ଆଜି ୧୩୭ ଦିନରେ ଏହାର ଦାମକୁ ବୃଦ୍ଧି କରାଯାଇଛି । ରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।
୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ଦୀର୍ଘ ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ମଙ୍ଗଳବାର ସକାଳୁ ନୂଆ ଦର ଲାଗୁ ହୋଇଛି । ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି । ଆଇଓସିଏଲର ତଥ୍ୟ ଅନୁସାରେ, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କାରେ ପହଂଚିଛି । ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି । ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା । କୋଳକତାରେ ମଙ୍ଗଳବାର ପେଟ୍ରୋଲ ଦାମ ଲିଟର ପ୍ରତି ୧୦୫.୪୭ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୯୦.୫୯ ଟଙ୍କାରେ ପହଂଚିଛି । ଚେନ୍ନାଇରେ ପେଟ୍ରୋଲ ଦାମ୍ ୧୦୨.୧୬ ଟଙ୍କାରେ ପହଂଚିଥିବା ବେଳେ ଡିଜେଲ ଲିଟର ପିଛା ୯୨.୧୯ ଟଙ୍କାରେ ପହଂଚିଛି । ସମଗ୍ର ଦେଶରେ ପାଟ୍ରୋଲ, ଡିଜେଲ ଦାମ୍ ବଢ଼ିଥିବା ବେଳେ ଓଡ଼ିଶାର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଦର ଲାଗୁ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି । ବାଲେଶ୍ୱରରେ ପେଟ୍ରୋଲ ୮୫ ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି ବାଲେଶ୍ୱରରେ ପେଟ୍ରୋଲ ୧୦୨.୬୫ ଓ ଡିଜେଲ ୯୨.୪୯ ଟଙ୍କାରେ ପହଂଚିଛି । ରାଉରକେଲାରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇବା ସହ ପେଟ୍ରୋଲ ଦର ୧୦୩.୭୯ ଓ ଡିଜେଲ ୯୩.୫୯ ଟଙ୍କା ହୋଇଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ୮୪, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୮.୩୯ ଓ ଡିଜେଲ ୯୮.୩୦ ଟଙ୍କାରେ ପହଂଚିଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୩୦ ଡଲାର ପାର୍ କରି ଯାଇଥିଲା । କିନ୍ତୁ ଉକ୍ତ ସମୟରେ ଆମ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେତୁ ତେଲ ରେଟ୍ ଅପରିବତିଆତ ରହିଥିଲା । କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରରେ ବ୍ରେନଟ ଅଏଲ ଦର ଖସି ବ୍ୟାରେଲ ପିଛା ୧୦୦ ଡଲାରରେ ପହଂଚିଥିବା ବେଳେ ଦେଶରେ ବଢ଼ିଛି ଦାମ୍ ।