ୟୁଜିସି ନେଟ ପରୀକ୍ଷା ପାଇଁ ଏକ ସପ୍ତାହ ପୂର୍ବରୁ ଉପଲବ୍ଧ ହେବ ଆଡମିଟ କାର୍ଡ
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ୟୁଜିସି ନେଟ ୨୦୨୧ ପରୀକ୍ଷା ତାରିଖ ଘୋଷଣା କରିଥିଲା । କିନ୍ତୁ ଏହି ପରୀକ୍ଷା ଏବେ ଅକ୍ଟୋବର ୬ ତାରିଖ ଠାରୁ ହୋଇପାରିବ ନାହିଁ । ନୂଆ ତାରିଖର ପରୀକ୍ଷା ସୂଚୀ ନେଟର ସରକାରୀ ୱେବସାଇଟ ugnet.nta.nic.inରେ ଜାରି ହୋଇଛି । ନୂଆ ତାରିଖ ହିସାବରେ ଏବେ ନେଟ ପରୀକ୍ଷା ଅକ୍ଟୋବର ୧୭ ତାରିଖ ଠାରୁ ହେବ । ପ୍ରାର୍ଥୀଙ୍କୁ ଅକ୍ଟୋବର ୬ ତାରିଖ ଠାରୁ ହେବାକୁ ଥିବା ପ୍ରସ୍ତାବିତ ପରୀକ୍ଷା ପାଇଁ ଆଡମିଟ କାର୍ଡର ଅପେକ୍ଷା ଥିଲା ।କୁହାଯାଉଥିଲା ଯେ, ଏନଟିଏ ସେପ୍ଟେମ୍ବର ଶେଷ ସପ୍ତାହ ଅର୍ଥାତ ପରୀକ୍ଷାର ଏକ ସପ୍ତାହ ପୂର୍ବରୁ ଆଡମିଟ କାର୍ଡ ଜାରି କରିବ । କିନ୍ତୁ ଏନଟିଏ ଅକ୍ଟୋବର ୧ ତାରିଖରେ ଜାରି କରିଥିବା ସଦ୍ୟତମ ନୋଟିସରେ ପରୀକ୍ଷାର ସମୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିଥିଲା । ଅର୍ଥାତ ନେଟ ପରୀକ୍ଷା ପାଇଁ ଆଡମିଟ କାର୍ଡ ପାଇବାକୁ ଆହୁରି ସମୟ ଅପେକ୍ଷା କରିବାକୁ ପଡ଼ିବ । ଅକ୍ଟୋବର ୨ୟ ସପ୍ତାହରେ ଆଡମିଟ କାର୍ଡ ମିଳିବ ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କରୋନା ଗାଇଡଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ର ବାହାରେ ସେମାନଙ୍କ ତାପମାତ୍ରା ଯାଞ୍ଚ କରାଯିବା ସହ ମାସ୍କ ଯୋଗାଇ ଦିଆଯିବ । ପରୀକ୍ଷାର୍ଥୀମାନେ ନିଜ ପ୍ରବେଶ ପତ୍ର (ଆଡମିଟ କାର୍ଡ) ସହ ଗୋଟିଏ ପାସପୋର୍ଟ ସାଇଜ୍ ଫଟୋ ଓ ଏକ ବୈଧ ଫଟୋ ଆଇଡି ପ୍ରୁଫ୍ ସହ ପରୀକ୍ଷା କେନ୍ଦ୍ରକୁ ଆସିବେ ।