୫ ଯୋଡ଼ା ଟ୍ରେନ ପାଇଁ ଅତିରିକ୍ତ ରହଣି
ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନଗୁଡ଼ିକ ସ୍ୱାଭାବିକ ଭାବେ ଚଳାଚଳ କରିବା ପରେ, ପୂର୍ବ ତଟ ରେଳପଥ ମଧ୍ୟରେ ନିମ୍ନଲିଖିତ ଷ୍ଟେସନରେ ପ୍ରଦତ ଟ୍ରେନ୍ଗୁଡ଼ିକ ଅତିରିକ୍ତ ରହଣି କରିବ । ଏହାବ୍ୟତୀତ, କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୁଇଯୋଡ଼ି ଟ୍ରେନ୍ କେତେକ ଷ୍ଟେସନ ଠାରେ ସମୟ ସଂଶୋଧିତ କରିବ । ଅତିରିକ୍ତ ରହଣି ଯୋଗାଇବାକୁ ଥିବା ଟ୍ରେନ୍ଗୁଡ଼ିକ ହେଉଛି ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁରୀ-ହାଓଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ, ପୁରୀ- ଅହମ୍ମଦାବାଦ-ପୁରୀ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ, ବିଶାଖାପାଟନମ୍- କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଏବଂ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ । ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ ।
ନନ୍ଦୁରା ଏବଂ ମାଲକାପୁର ଷ୍ଟେସନରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସର ସଂଶୋଧିତ ସମୟ ସାରଣୀ ୧୨୮୪୩ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ନନ୍ଦୁରା ଷ୍ଟେସନ ଠାରେ ସନ୍ଧ୍ୟା ୭ଘ.୩୯ମି.ରେ ପହଂଚିବ ଏବଂ ସନ୍ଧ୍ୟା ୭ଘ.୪୦ମି.ରେ ଛାଡିବ । ଏହି ଟ୍ରେନ୍ ମାଲକାପୁର ଷ୍ଟେସନ ଠାରେ ସନ୍ଧ୍ୟା ୮ଘ.୦୩ମି.ରେ ପହଂଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ସନ୍ଧ୍ୟା ୮ଘ.୦୫ମି.ରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରାକରିବ । ଭୁସାୱଲ ଏବଂ ଜଲଗାଓଁ ଷ୍ଟେସନରେ ପୁରୀ-ସୁରଟ ଏକ୍ସପ୍ରେସର ସଂଶୋଧିତ ସମୟ ସାରଣୀ ୨୨୮୨୭ ପୁରୀ-ସୁରଟ ଏକ୍ସପ୍ରେସ ଭୁସାୱଲ ଷ୍ଟେସନ ଠାରେ ରାତ୍ରି ୯ଘଟିକାରେ ପହଂଚିବ ଏବଂ ରାତ୍ରି ୯ଘ.୦୫ମି.ରେ ଛାଡିବ । ଏହି ଟ୍ରେନ୍ ଜଲଗାଓଁ ଷ୍ଟେସନରେ ରାତ୍ରି ୯ଘ.୨୭ମି.ରେ ପହଂଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତେ ରାତ୍ରି ୯ଘ.୩୦ମି.ରେ ସୁରଟ ଅଭିମୁଖେ ଯାତ୍ରା କରିବ । ବିଭିନ୍ନ ସ୍ଥାନରେ ଉପରୋକ୍ତ ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନ ଅପରିବର୍ତିତ ରହିବ ।