ଯୋଗ ପରେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଜାଣନ୍ତୁ କଣ?

ନୂଆଦିଲ୍ଲୀ : ଶରୀର ପାଇଁ ଯୋଗ ଏକାନ୍ତ ଆବଶ୍ୟକ । ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ। କେତେକ ମନେ କରନ୍ତି ଯେ ଏକଘଣ୍ଟାରୁ କମ୍ ସମୟ ଯୋଗ କଲେ ଶରୀର ପାଇଁ ଲାଭଦାୟକ ନୁହେଁ। କିନ୍ତୁ ଏହା ଠିକ୍ ନୁହେଁ। ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ ।
ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ। ଏହାର କିଛି ପଦ୍ଧତି ରହିଛି। ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ। ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ। ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ଯୋଗ କଲେ ଫିଟ୍ ଓ ଶାନ୍ତ ଅନୁଭବ କରିବେ। ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତ ବୃଦ୍ଧି ପାଇଥାଏ । କିନ୍ତୁ ଯୋଗ କରିବା ପରେ କ’ଣ ଖାଇବା ଶରୀର ପାଇଁ ଭଲ ତାହା ଅନେକ ଜାଣି ନଥାନ୍ତି । ଆସନ୍ତୁ ଜାଣିବା ଯୋଗ କରିବା ପରେ ପରେ କେଉଁ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ଦରକାର । ନିମ୍ନଲିଖିତ ଟିପ୍ସଗୁଡ଼ିକ ଉପରେ ଧ୍ୟାନ ରଖିବା ଜରୁରୀ :-
୧. ଯୋଗ କରିବା ପରେ ପରେ ପାଣି ନିହାତି ଭାବରେ ପିଅନ୍ତୁ । ଶରୀରରେ ଜଳୀୟଅଂଶ ଠିକ୍ ରଖିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ କାଢ଼ିବା ପାଇଁ ଯୋଗ କରିବା ପରେ ପରେ ପାଣି ପିଇବା ନିତାନ୍ତ ଆବଶ୍ୟକ । ସାଧା ପାଣି ପିଇବା ଅପେକ୍ଷା ଯଦି ଆପଣ ପଡ଼ଡ ପାଣି ବା ଲେମ୍ବୁ ପାଣି ପିଉଛନ୍ତି, ତେବେ ତାହା ଆପଣଙ୍କ ଶରୀର ପାଇଁ ବେଶୀ ଲାଭଦାୟକ ।
୨. ଫଳ ରସରେ ଅଧିକ ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ ରହିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ଜୁସ୍ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଯୋଗ କରିବା ପରେ ପରେ କମଳା ବା ମିକ୍ସ ଫ୍ରୁଟ୍ ଜୁସ୍ ପିଇଲେ କିଡ଼୍ନିରେ ଷ୍ଟୋନ ହେବାର ସମସ୍ୟା ଦୂର ହୋଇଥାଏ ।
୩. ସାଲାଡ଼ ଖାଇବା ଦ୍ୱାରା ମଣିଷର ପାଚନ ଶକ୍ତି ମଜ୍ବୁତ୍ ହୋଇଥାଏ । ଯୋଗ କରିବା ପରେ ପରେ ସାଲାଡ଼ ନିଶ୍ଚୟ ଖାଆନ୍ତୁ । ଏପରି କରିବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।
୪. ଗ୍ରିନ୍ ଟି ଶରୀର ପାଇଁ ଅଧିକ ଲାଭଦାୟକ ତାହା ଆମେ ସମସ୍ତେ ଜାଣିଛେ । ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ । ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଶରୀରର ଅନେକ ରୋଗ ଦୂର କରିଥାଏ । ଯୋଗ ପରେ ପରେ ଏହାକୁ ପିିଇଲେ ଶରୀରକୁ ଏହାର ଭଲ ଫାଇଦା ମିଳିଥାଏ ।
୫. ଯଦି ଆପଣ ମାଂସାହାରୀ ତେବେ ଯୋଗ କରିବା ପରେ ପରେ ଆପଣ ଅଣ୍ଡାର ଧଳା ଅଂଶକୁ ଖାଇ ପାରିବେ । ଏଥିରେ ଥିବା ପ୍ରୋଟିନ୍ ଶରୀରର ଶକ୍ତିକୁ ବଢ଼ାଇଥାଏ ।