ଅଦାନୀ ହେଲେ ଭାରତର ଶ୍ରେଷ୍ଠ ଓ ବିଶ୍ୱର ପଞ୍ଚମ ଧନଶାଳୀ, ଜାଣନ୍ତୁ ଟପ ୧୦ଙ୍କ ସମ୍ପତ୍ତିର ମୂଲ୍ୟ
ନୂଆଦିଲ୍ଲୀ : ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀ ଏକ ନୂଆ ସଫଳତା ହାସଲ କରିଛନ୍ତି । ଫୋର୍ବ୍ସର ରିୟଲ ଟାଇମ୍ ବିଲେନିୟର ଲିଷ୍ଟ ଅନୁସାରେ ଏବେ ଅଦାନୀ, ବିଶ୍ୱର ପଞ୍ଚମ ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଅଦାନୀଙ୍କ ମୋଟ୍ ଅର୍ଥ (ନେଟ୍ ୱର୍ଥ୍) ୧୨୩.୨ ଅରବ୍ ଡଲାର ମପା ଯାଇଛି । ସେ ୱରେନ୍ ବଫେଟଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ଫର୍ବ୍ସ ତାଲିକାରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଷ୍ଟମ ସ୍ଥାନରେ ରହିଛନ୍ତି । ଏହିଭଳି ବିଶ୍ୱର ୧୦ ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ଦୁଇ ଭାରତୀୟ ଅଛନ୍ତି ।
ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ଫର୍ବ୍ସ ତାଲିକାରେ ଟେସଲା ପ୍ରମୁଖ ଏଲନ୍ ମସ୍କ ଟପରେ ରହିଛନ୍ତି । ତାଙ୍କ ମୋଟ୍ ନେଟ୍ ୱର୍ଥ୍ ୨୬୯.୭୦ ଅରବ ଡଲାର । ଆମାଜୋନ ମାଲିକ ଜେଫ୍ ବେଜୋସ୍ ୧୭୦.୨ ଅରବ ଡଲାରର ମୋଟ୍ ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଫ୍ରାନ୍ସର ବର୍ନାର୍ଡ ଅର୍ନଲ୍ଟ ଏବଂ ତାଙ୍କ ପରିବାରର ମୋଟ୍ ସମ୍ପତ୍ତି ୧୬୬.୮ ଅରବ ଡଲାର ମପା ଯାଇଛି । ବିଶ୍ୱ ଧନୀ ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି ।
ଜାଣନ୍ତୁ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତି ଓ ସମ୍ପତ୍ତି ମୂଲ୍ୟ (ଅରବ ଡଲାର)
୧) ଏଲନ ମସ୍କ ୨୬୯.୭
୨) ଜେଫ୍ ବେଜୋସ୍ ୧୭୦.୨
୩) ବର୍ନାଡ ଅର୍ନାଲ୍ଟ ୧୬୬.୮
୪) ବିଲ୍ ଗେଟ୍ସ ୧୩୦.୨
୫) ଗୌତମ ଅଦାନୀ ୧୨୩.୨
୬) ୱାରେନ୍ ବଫେଟ୍ ୧୨୧.୭
୭) ଲେରି ଏଲିସନ୍ ୧୦୭.୬
୮) ମୁକେଶ ଅମ୍ବାନୀ ୧୦୩.୭
୯) ଲେରି ପେଜ୍ ୧୦୨.୪
୧୦) ସର୍ଗାଇ ବ୍ରିନ୍ ୯୮.୫
ଅଦାନୀ ପାୱର, ଅଦାନୀ ଗ୍ରୁପର ଷଷ୍ଠ ଏଭଳି କମ୍ପାନୀ ହୋଇଯାଇଛି, ଯାହାର ମାର୍କେଟ କ୍ୟାପ୍ ୧ ଲକ୍ଷ କୋଟି ଟଙ୍କା ପାର ଚାଲିଯାଇଛି । ସୋମବାର ବ୍ୟବସାୟରେ ଷ୍ଟକ୍ ୨୭୦.୮୦ ଟଙ୍କାରେ ଅଲ୍ ଟାଇମ୍ ହାଇରେ ପହଞ୍ଚିଯାଇଛି । ଚଳିତ ବର୍ଷ ଏବେ ଯାଏ ଏହି ସେୟାର ୧୬୫%ରୁ ଅଧିକ ବଢ଼ିଛି। ଅନ୍ୟପଟେ ଚଳିତ ମାସ ଏହି ସେୟାରରେ ୪୬%ର ବୃଦ୍ଧି ଦେଖିବାକୁ ମିଳିଛି ।
ଏହା ପୂର୍ବରୁ ପ୍ରଥମେ ଅଦାନୀ ଗ୍ରାନ୍ ଏନର୍ଜୀ, ଅଦାନୀ ଟ୍ରାନ୍ସମିଶନ, ଅଦାନୀ ଟୋଟାଲ ଗ୍ୟାସ୍, ଅଦାନୀ ପୋର୍ଟ୍ସ ଆଣ୍ଡ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ ଅଦାନୀ ଗ୍ରୁପ୍ ର ଏଭଳି କମ୍ପାନୀ ରହିଛି, ଯାହା ୧ ଲକ୍ଷ କୋଟି ଟଙ୍କା ମାର୍କେଟ କ୍ୟାପ୍ ମାଇଲଖୁଣ୍ଟ ହାସଲ କରିଛି । ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ବିଶ୍ୱର ଏକ ନମ୍ବର ଧନୀ ଏଲନ ମାସ୍କଙ୍କ ସମ୍ପତ୍ତିର ଅଧା ହେବ ।