ଠିକ୍ ସମୟରେ ଠିକ୍ କଥା କହିବି : ବାବୁସାନ୍
ଭୁୁବନେଶ୍ୱର : ଚେନ୍ନାଇରୁ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି । ବୁଧବାର ଭୁବନେଶ୍ୱର ଫେରିବା ପରେ ବାବୁସାନ୍ ସିଧାସଳଖ ତାଙ୍କ ଘରକୁ ଚାଲିଯାଇଥିଲେ । ଗୁରୁବାର ସକାଳେ ସେ ତାଙ୍କ ଘର ବାଲକୋନୀକୁ ଆସି ଗଣମାଧ୍ୟମକୁ ଭେଟିଛନ୍ତି । ଯଦିଓ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ‘ଠିକ୍ ସମୟରେ ଠିକ୍ କଥା କହିବେ’ ବୋଲି କହିଛନ୍ତି । ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ମଧ୍ୟ ତାଙ୍କ ସହିତ ଥିଲେ । ଦେହ ଭଲ ନଥିବାରୁ ଦୁହେଁ ଘରେ ରହିବେ ବୋଲି କହିଥିଲେ ଅପରାଜିତା ।
ଗତକାଲିଠୁ ଚେନ୍ନାଇରୁ ଓଡ଼ିଶା ଫେରି ଆସିଥିବା ବାବୁସାନ ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଫ୍ୟାନ୍ସ ଗତକାଲିଠୁ ବାବୁସାନଙ୍କ ଘର ସମ୍ମୁଖରେ ଘଂଟା ଘଂଟା ଛିଡ଼ା ହୋଇ ରହୁଥିଲେ । ଆଜି ନିଜ ମା’ଙ୍କ ସହ ବାଲକୋନୀକୁ ଆସି ସେମାନଙ୍କ ସହ କଥା ହୋଇଛନ୍ତି ବାବୁସାନ । ବାବୁସାନଙ୍କୁ ନେଇ ଏବେ ବହୁ ଅସମାହିତ ପ୍ରଶ୍ନ ଥିବା ବେଳେ ଆଉ ୨ ଦିନ ପରେ ଗଣମାଧ୍ୟମ ସମ୍ମୁଖରେ ସବୁ କହିବେ ବୋଲି କହିଛନ୍ତି ବାବୁଶାନ । ଚେନ୍ନାଇରୁ ଫେରିବା ପରେ ବେଶ୍ ରିଲାକ୍ସ ଲାଗୁଥିବା ବାବୁସାନ ଘରେ ବାପାମା’ଙ୍କ ପାଖରେ ଥିବାରୁ ଖୁବ ଖୁସି ଅଛି ବୋଲି କହିଛନ୍ତି ।
ସୂଚନା ଯେ, ବୁଧବାର ବାବୁସାନ୍ ଚେନ୍ନାଇରୁ ଭୁବନେଶ୍ୱର ଫେରିଥିଲେ । ଫେରିବା ପରେ ସେ ବିମାନବନ୍ଦରରୁ ସିଧା ବାପା ମା’ଙ୍କ ପାଖକୁ ଚାଲିଯାଇଥିଲେ । କିନ୍ତୁ ସେ ତାଙ୍କ ପତ୍ନୀ ତୃପ୍ତି ଓ ଶିଶୁପୁତ୍ରକୁ ଭେଟିବାକୁ ଯାଇନଥିଲେ । ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି ।ଅନ୍ୟପଟେ ବାବୁସାନ୍ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କୁ ଦ୍ୱାରସ୍ଥ ହୋଇଛନ୍ତି ।