ଏସିଏଫ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଓ ଡିଏନଏ ପରୀକ୍ଷା କରାଯାଉ-ବାପା ଅଭିରାମ
ବାଲେଶ୍ୱର : ଦିନ ଯେତେ ଗଡୁଛି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ସେତେ ରହସ୍ୟମୟ ହେଉଛି । ତା ସାଙ୍ଗକୁ ୨୦ଦିନ ପରେ ମଧ୍ୟ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ମଧ୍ୟ ଶିଥିଳ ହେଉଥିବା ନେଇ ଅଭିଯୋଗ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ପୋଲିସ ଉପରୁ ସୌମ୍ୟଙ୍କ ପରିବାର ଲୋକଙ୍କ ଆସ୍ଥା କମି କମି ଯାଉଛି । ଯଥେଷ୍ଟ ପ୍ରମାଣ ଦିଆଯିବା ସତ୍ୱେ ପୋଲିସ ଜଣକ ଜଣକୁ କ୍ଲିନଚିଟ ଦେବା ଘଟଣାରେ ପୋଲିସ ପ୍ରଶାସନ ଉପରୁ ଭରସା ତୁଟିବାରେ ଲାଗିଛି । ସନ୍ଦେହର ପଛରେ ଥିବା କାରଣକୁ ନେଇ ସୌମ୍ୟଙ୍କ ପିତା ଅଭିରାମ ମହାପାତ୍ର ରବିବାର ଗଣମାଧ୍ୟମ ଆଗରେ ନିଜ ମନର ବେଦନାକୁ ପ୍ରକାଶ କରିଛନ୍ତି ।
ଏହି ତଦନ୍ତ ଉପରେ ମୁଖ୍ୟତଃ ଟି ୫ଟି ପ୍ରଶ୍ନ ଉଠାଇଛନ୍ତି । ପୁଅ ସୌମ୍ୟ ମରିବା ପରେ ତା କ୍ୱାର୍ଟର ଚାବିକାଠି ଜଣେ ମାଜଷ୍ଟ୍ରେଟଙ୍କ ନିକଟରେ ରହିବା ବଦଳରେ ଏତଲାରେ ଅଭିଯୁକ୍ତ ଥିବା ଡିଏଫଓ ଙ୍କ ନିକଟରେ ରଖାଯିବାର କାରଣ କଣ । ଯେଉଁଥି ପାଇଁ ବିଦ୍ୟାଭାରତୀ ନିଜର ସମସ୍ତ ପ୍ରମାଣ ନଷ୍ଟ କରିବାକୁ ସମୟ ଦିଆଗଲା । ୨ୟରେ ଜଣେ ବ୍ୟକ୍ତିର ୯୫ ପ୍ରତିଶତ ପୋଡିବା ପରେ ତାର ମୁଣ୍ଡ କେଶ ଓ ପାଦ ପୋଡିଲା ନାହିଁ କେମିତିା ୩ୟରେ ପାରଳାଖେମୁଣ୍ଡିରେ ଚିକିତ୍ସା କରୁଥିବା ଡାକ୍ତର ଓ କଟକ ବଡ ମେଡିକାଲକୁ ରେଫର କରିଥିବା ଡାକ୍ତର ଅଲଗା ହେଲେ କେମିତି ଏବଂ ପ୍ରଥମେ ବ୍ରହ୍ମପୁର ମେଡିକାଲ ଲେଖି ତାକୁ କାଟି ୫ଶହ କିମି ଦୁର କଟକ କାହା ଇଶାରାରେ ଲେଖାଗଲା । ୪ର୍ଥରେ ୯୫ ପ୍ରତିଶତ ପୋଡିଥିବା ଲୋକକୁ ଚିକିତ୍ସା କରାଯିବା ବଦଳରେ ପରିବାର ଲୋକଙ୍କୁ କୋଣସୀ ସୁଚନା ନଦେଇ ସେମାନଙ୍କ ଅନୁପସ୍ଥିତିରେ ତରବରିଆ ଭାବେ ଜମାନବନ୍ଦି ନିଆଯିବା ପଛରେ ଅନ୍ତନିର୍ହିତ ଉଦ୍ଦେଶ୍ୟ କଣ ଥିଲା । ୫ମରେ ୨୦ଦିନ ବିତିଯାଇଥିଲେ ହେଁ ପୋଲିସ ଚାର୍ଜସିଟ ପ୍ରଦାନରେ ବିଳମ୍ବ କରାଯିବାର କାରଣ ସମ୍ପର୍କରେ ପରିବାର ତଦନ୍ତ ଅଧିକାରୀଙ୍କ ସ୍ପଷ୍ଟିକରଣ ଜାଣିବାକୁ ଚାହିଁଛନ୍ତି । ଏଥିସହ ପରିବାର ତରଫରୁ ଡିଏଫଓ ଓ ବିଦ୍ୟାଭାରତୀ ଭିତିରି ସମ୍ପର୍କର ଖୋଲାସା ପାଇଁ ଉଭୟଙ୍କର ଡିଏନଏ ଟେଷ୍ଟ କରାଯିବା ସହ ସିବିଆଇ ତଦନ୍ତ ଦାବୀକୁ ଦୋହରାଇଛନ୍ତି । ଥରେ ନିଶ୍ଚିତ ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀ ଭେଟିବେ । ଏବଂ ଖୁବଶୀଘ୍ର ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ଏଥିରେ ରାଜ୍ୟଠାରୁ ପାରଳାଖେମୁଣ୍ଡି ଥାନା ପର୍ଯ୍ୟନ୍ତ ସଂପୃକ୍ତଥିବା ସମସ୍ତ ପଦାଧିକାରୀଙ୍କୁ ପକ୍ଷଭୁକ୍ତ କରାଯିବ ବୋଲି ସୌମ୍ୟଙ୍କ ବଡଭାଇ ରଞ୍ଜନ ମହାପାତ୍ର କହିଛନ୍ତି ।