ଆସେସ୍ ସିରିଜ ପ୍ରଥମ ମ୍ୟାଚ : ଅଷ୍ଟ୍ରେଲିଆ ଠାରୁ ୨ ଓ୍ବିକେଟରେ ହାରିଲା ଇଂଲଣ୍ଡ
ବର୍ମିଂହମ୍: ଟେଷ୍ଟ କ୍ରିକେଟରେ ଆକ୍ରମଣାତ୍ମକ ରଣକୌଶଳ ଓ ବିସ୍ଫୋରକ ବ୍ୟାଟିଂକୁ ଆପଣାଇଥିଲା ଇଂଲଣ୍ଡ ଶେଷରେ ବିଫଳ ହୋଇଛି । ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ଠାରୁ ଦଳ ଶେଷରେ ମାତ୍ ଖାଇଛି । ବର୍ମିଂହମରେ ଖେଳାଯାଉଥିବା ଆସେସ୍ ସିରିଜରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୨ ଓ୍ବିକେଟରେ ପରାସ୍ତ ହୋଇଛି । ୨୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ଶେଷ ଦିନରେ ୧୭୪ ରନ୍ ଅବଶ୍ୟକ କରୁଥିଲା । ଘରୋଇ ଦଳ ଘାତକ ବୋଲିଂ କରି ୮ ଓ୍ବିକେଟ୍ ହାସଲ କରିବାରେ ସଫଳ ହୋଇଥିଲା । ଅଷ୍ଟ୍ରେଲିଆକୁ ଆବଶ୍ୟକ କରୁଥିଲା ମାତ୍ର ୫୫ ରନ୍ । ହାତରେ ୨ ଓ୍ବିକେଟ୍ ବାକିଥିଲା । ଇଂଲଣ୍ଡ ବିଜୟ ନିକଟତର ହେଉଥିଲା। ହେଲେ ଅଧିନାୟକ ପ୍ୟାଟ୍ କମିନ୍ସ ଓ ନାଥନ ଲାୟନଙ୍କ ଚିତ୍ତାକର୍ଷକ ବ୍ୟାଟିଂ ବଳରେ ବିଜୟ ସ୍ବାଦ ଚାଖିଛି ।
୫ଟି ମ୍ୟାଚ୍ ବିଶିଷ୍ଟ ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗରେ ରହିଛି । ଉଭୟ ଇନିଂସରେ ଯଥାକ୍ରମେ ୧୪୧ ଓ ୬୫ ରନ ସଂଗ୍ରହ କରି ବିଜୟର ଅନ୍ୟତମ ଭୂମିକା ଗ୍ରହଣ କରିଥିବା ଉସମାନ୍ ଖଓ୍ବାଜା ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।
ଅନ୍ତିମ ଦିନରେ କଙ୍ଗାରୁ ଦଳ ୧୦୭/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଖଓ୍ବାଜା ଓ ସ୍କଟ ବୋଲାଣ୍ଡ ସତର୍କତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲେ । ୨୧ ରନ କରି ବୋଲାଣ୍ଡ ଆଉଟ ହେବା ପରେ କ୍ରମାଗତ ଭାବେ ଓ୍ବିକେଟର ପତନ ହୋଇଥିଲା । ୨୨୭ରେ ଅଷ୍ଟ୍ରେଲିଆର ୮ଟି ଓ୍ବିକେଟ୍ ପତନ ହୋଇଥିଲା । ଇଂଲଣ୍ଡକୁ ବିଜୟ ପାଇଁ ମାତ୍ର ୨ଟି ଓ୍ବିକେଟ୍ ଆବଶ୍ୟକ ପଡ଼ୁଥିବା ବେଳେ କ୍ୟାପଟେନ କମିନ୍ସ ଓ ନାଥନ ଲାୟନ ଲଢୁଆ ବ୍ୟାଟିଂ କରିଥିଲେ । ଯୋଡ଼ି ଭାଙ୍ଗିବାକୁ ସମସ୍ତ ଶକ୍ତି ଲଗାଇଦେଇଥିଲା । ହେଲେ ବିଫଳ ହୋଇଥିଲା । ଅଷ୍ଟ୍ରେଲିଆ ଓ୍ବିକେଟରେ ଘରୋଇ ଇଂଲଣ୍ଡ ହରାଇ ଆସେସ୍ ସିରିଜରେ ପ୍ରଥମ ବିଜୟ ହାସଲ କରିଛି ।