ଶାସ୍ତ୍ର ଅନୁସାରେ ଏହି ୭ଟି ଜିନିଷକୁ ବିନା କୌଣସି ସଙ୍କୋଚ ଓ ଲାଜରେ ଗ୍ରହଣ କରିବା ଉଚିତ, ନ ହେଲେ ବହୁ ଅସୁବିଧାରେ ପଡିବେ
ଏହା ତ ଆପଣ ଜାଣିଛନ୍ତି ବିନା କାହାରି ଅନୁମତିରେ କୌଣସି ବି ଜିନିଷ ଗ୍ରହଣ କରିବା ଉଚିତ ନୁହେଁ । ଏହା ଦ୍ୱାରା ଆମର ସ୍ୱାଭିମାନ ପ୍ରତି ଆଘାତ ପହଂଚିଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା କୁ ନିଃସଙ୍କୋଚ ରେ କରିବା ଉଚିତ । ଶ୍ଳୋକର ଅର୍ଥ ଏହା କି କେଉଁଠାରୁ ବି ଏହି ୭ ଗୋଟି ଜିନିଷ- ପ୍ରଥମରେ ଶୁଦ୍ଧ ରତ୍ନ, ଦ୍ୱିତୀୟରେ ବିଦ୍ୟା, ତୃତୀୟରେ ଧର୍ମ, ଚତୁର୍ଥରେ ପବିତ୍ରତା, ପଞ୍ଚମରେ ଉପଦେଶ, ଷଷ୍ଠରେ ଭିନ୍ନ ଭିନ୍ନ ପ୍ରକାରର ଶିଳ୍ପ ସୁନ୍ଦର ଓ ସପ୍ତମରେ ଶିକ୍ଷିତ ସ୍ତ୍ରୀ ମିଳିଲେ ଏହି ସବୁକୁ ନିଃସଙ୍କୋଚରେ ଗ୍ରହଣ କରିବା ଉଚିତ । ନ ହେଲେ ବହୁ ଅସୁବିଧାରେ ପଡିବେ । ଦ୍ଵିତୀୟ ଥର ଆଉ ଏପରି ଜିନିଷ ଆପଣଙ୍କୁ ଭାଗ୍ୟରେ ନ ମିଳିପାରେ ।
ସୁଦ୍ଧ ରତ୍ନ :
ପୋଖରାଜ, ପନ୍ନା, ହୀରା, ନିଲମ, ପରି ରତ୍ନକୁ କେବେ ହେଲେ ଛାଡିବା ଉଚିତ ନୁହେଁ । କାରଣ ଏହା ବହୁମୂଲ୍ୟ ହେବା ସହ ଖୁବ ପବିତ୍ର ବି ହେଇଥାଏ । ଏହା ଆପଣ ଙ୍କ ର ଅନେକ କାମ ରେ ଆସିବ । ତେଣୁ ଏହା କୁ ପରିଧାନ କରିବା ଉଚିତ ।
ବିଦ୍ୟା :
ବିଦ୍ୟା ଅର୍ଥାତ ଜ୍ଞାନ, ଏହା ଏକ ଏପରି ଜିନିଷ ଯାହା ବାଣ୍ଟିବା ଦ୍ୱାରା ଅଧିକ ବଢିଥାଏ ଜ୍ଞାନ ଦ୍ୱାରା ଆମେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଉ ତେଣୁ ଜ୍ଞାନ ଯେଉଁଠାରେ ବି ମିଳିଲେ ନିଃସଙ୍କୋଚ ରେ ଗ୍ରହଣ କରିବା ଉଚିତ ।
ଧର୍ମ :
ସଂସ୍କୃତ ଶବ୍ଦ ଧର୍ମ ଅକ ଅର୍ଥ ଧାରଣ କରିଥାଏ । ଧର୍ମ ଏକ ଶବ୍ଦ ନୁହେଁ ଏହା ସମ୍ପୂର୍ଣ ମନୁଷ୍ୟର ଜୀବନର ସାର ଅଟେ । ଧର୍ମ ଆମକୁ ସଠିକ ମାର୍ଗ ରେ ଚାଲିବା ଶିଖାଇ ଥାଏ । ଜୀବନ ର ବାସ୍ତବିକ ଉଦେଶ୍ୟ ବିଷୟରେ ଆମକୁ ସଚେତ କରିଥାଏ । ତେଣୁ ଧର୍ମକୁ କେବେ ହେଲେ ଛାଡିବା ଉଚିତ ନୁହେଁ ।
ପବିତ୍ରତା :
ପବିତ୍ରତାର ଅର୍ଥ ଶରୀରରୁ ନ ହେଇ ମନୁଷ୍ୟର ଆଚାର ବିଚାର ଓ ଜୀବନ ରେ ପରିବର୍ତନ ଆସିବା । ଉନ୍ନତି ପାଇଁ ମନୁଷ୍ୟର ବିଚାର ରେ ପବିତ୍ରତା ଆସିବା ଜରୁରୀ ଅଟେ । ତେଣୁ ଆମେ ଆମ ନିଜକୁ ପବିତ୍ର ରଖିବା ଉଚିତ ।
ଉପଦେଶ :
ଉପଦେଶ ଜ୍ଞାନର ହିଁ ଏକ ରୂପ ଅଟେ । ତେଣୁ ସାଧୁ ସଂଥ ଙ୍କ ର ଉପଦେଶ କୁ ସର୍ବଦା ଶୁଣିବା ଉଚିତ । କାରଣ ତାଙ୍କର କୌଣସି ବି କଥା ଆପଣଙ୍କର ଜୀବନରେ ଏକ ବିରାଟ ପରିବର୍ତନ ଆଣିପାରେ । କାରଣ କେତେବେଳେ କେଉଁ କଥା ରେ ଆପଣଙ୍କର ଜୀବନରେ ପରିବର୍ତନ ଆସିପାରେ ।
ଶିଳ୍ପ :
ଏହି ଶିଳ୍ପ କିମ୍ବା ଶିଳ୍ପୀକାର ଯଦି କିଛି ଶିକ୍ଷା ଦିଅନ୍ତି ତେବେ ବ୍ୟକ୍ତି ସେ କେବେ ହେଲେ ଜାତି ଧର୍ମ କିମ୍ଭା ବ୍ୟକ୍ତିଙ୍କର ସ୍ଵଭାଵ ଦେଖି ନ ଥାନ୍ତି । ଆପଣଙ୍କର ଲକ୍ଷ୍ୟ କେବଳ ସେହି ବିଶେଷ ଶିଳ୍ପ କଳାକୁ ଶିଖିବା । ତେଣୁ ପୁରା ନିଷ୍ଠା ର ସହ ସେହି ବ୍ୟକ୍ତିଙ୍କୁ ଗୁରୁ ମଣିକି ଏହା ଶିକ୍ଷ୍ୟା ଲାଭ କରିବା ଉଚିତ ।
ଶିକ୍ଷିତ ସ୍ତ୍ରୀ :
ସ୍ତ୍ରୀର ସୁନ୍ଦରତା କେବଳ ସେହି ସ୍ତ୍ରୀଙ୍କର ସୁନ୍ଦରତାରେ ନ ଥାଏ । ତାଙ୍କର ଚରିତ୍ର ଉପରେ ବି ନିର୍ଭର କରିଥାଏ । ଏପରି ସ୍ତ୍ରୀ ଯିଏ ଚରିତ୍ରବାନ ହେବା ସହ କୋୖଣସି ବି ଦୋଷ ନ ଥାଏ ଏପରି ସ୍ତ୍ରୀଙ୍କୁ ନିଃସଙ୍କୋଚ ରେ ଗ୍ରହଣ କରିବା ଉଚିତ ।
ସମସ୍ତଙ୍କୁ ନମସ୍କାର । ଆମର ଏହି ଲେଖାଟି କେମିତି ଲାଗିଲା । ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ । ଏମିତି ସବୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।