ଗରୁଡ଼ ପୁରାଣ ଅନୁସାରେ ଏହି ସବୁ ଭୂଲ ଅତ୍ୟନ୍ତ ବିପଦଜନକ ! ପୁରୁଷଙ୍କୁ କରିଥାଏ ନଂପୁସକ ଓ ମହିଳାଙ୍କୁ ଦେଇଥାଏ ନିର୍ଯାତନା
ହିନ୍ଦୁ ଧର୍ମରେ, ମନୁଷ୍ୟର ପାପ ଓ ପୂନ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି ମନୁଷ୍ୟ ପାପ କରେ ତେବେ ତାଙ୍କୁ ଏହି ଜନ୍ମରେ ଏବଂ ପରବର୍ତ୍ତୀ ଜନ୍ମରେ ପାପର ଫଳ ଭୋଗ କରିବାକୁ ପଡ଼ିଥାଏ । ମହାପୁରାଣ ଭାବରେ ବିବେଚନା କରାଯାଉଥିବା ଗରୁଡ଼ ପୁରାଣରେ ଜଣେ ବ୍ୟକ୍ତିର ଚରିତ୍ର ଏବଂ ଖରାପ କାର୍ଯ୍ୟକୁ ବର୍ଣ୍ଣନା କରାଯାଇଛି । କେଉଁ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କୁ ନର୍କ କିମ୍ବା ସ୍ୱର୍ଗକୁ ନେଇଯିବ । ତାହା ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି ।
ଗରୁଡ଼ ପୁରାଣରେ ଉଭୟ ପୁରୁଷ ଏବଂ ମହିଳାଙ୍କ ଯୌନ ସମ୍ପର୍କ ସହ ଜଡିତ କାର୍ଯ୍ୟ ବିଷୟରେ ଅନେକ କଥା କୁହାଯାଇଛି । ଏହା ଅନୁଯାୟୀ, ସେମାନଙ୍କର କାର୍ଯ୍ୟକଳାପ ସ୍ଥିର କରେଯେ, ପରବର୍ତ୍ତି ଜନ୍ମରେ ସେମାନେ କେଉଁ ରୂପରେ ଜନ୍ମ ନେବେ ।
୧-ଗରୁଡ଼ ପୁରାଣ ଅନୁଯାୟୀ, ଜଣେ ମହିଳା କିମ୍ବା ଝିଅକୁ ଶାରୀରିକ ନିର୍ଯାତନା ଦେଉଥିବା ବ୍ୟକ୍ତି ମୃତ୍ୟୁ ସମୟରେ ନର୍କକୁ ଯାଏ । ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗିବା ପରେ, ତାଙ୍କର ଏକ ଅଜଗର ଆକାରରେ ଜନ୍ମ ନେଇଥାଏ ।
୨- ଯେଉଁ ବ୍ୟକ୍ତି ନିଜ ଗୁରୁଙ୍କ ପତ୍ନୀଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି, ତାଙ୍କୁ ଭୟଙ୍କର ନିର୍ଯାତନା ଭୋଗିବାକୁ ପଡେ଼ । ପରବର୍ତ୍ତୀ ଜନ୍ମରେ ସେ ଏଣ୍ଡୁଅ ରୂପରେ ଜନ୍ମ ହୁଅନ୍ତି ।
୩-ଯେଉଁ ବ୍ୟକ୍ତି ନିଜ ବନ୍ଧୁଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖେ, ସେ ପରବର୍ତ୍ତୀ ଜନ୍ମରେ ଗଧ ରୂପରେ ଜନ୍ମ ହୁଅନ୍ତି ।
୪- ମହିଳାଙ୍କୁ ଅପହରଣ କରିବା ମଧ୍ୟ ଗରୁଡ଼ ପୁରାଣରେ ଏକ ବଡ଼ ପାପ ବୋଲି କୁହାଯାଇଛି । ଏହି କାମ କରିଥିବା ବ୍ୟକ୍ତି ମୃତ୍ୟୁ ପରେ, ତାଙ୍କ ଆତ୍ମା ବହୁତ ଯନ୍ତ୍ରଣା ଭୋଗେ ଏବଂ ବ୍ରହ୍ମରାକ୍ଷସ ହୋଇଯାଏ । ଏହା ଏକ ଅଦୃଶ୍ୟ ପ୍ରଜାତି ଯାହା କାହାକୁ ଦୃଶ୍ୟମାନ ହୁଏ ନାହିଁ ।
୫-ଯେଉଁ ପୁରୁଷ ମହିଳାଙ୍କୁ ଅପମାନିତ କରେ, ସେ ପରବର୍ତ୍ତୀ ଜନ୍ମରେ ନଂପୁସକ ହୋଇ ଜନ୍ମ ହୁଏ ।
୬-ଯଦି କୌଣସି ମହିଳା ନିଜ ସ୍ୱାମୀଙ୍କ ବ୍ୟତିତ ଅନ୍ୟ କାହା ସହିତ ସମ୍ପର୍କ ରଖନ୍ତି । ତେବେ ସେହି ମହିଳାଙ୍କ ଆତ୍ମାକୁ ଯମଲୋକରେ ଅଧିକ ନିର୍ଯାତନା ଦିଆଯାଏ ଏବଂ ପରବର୍ତ୍ତୀ ଜନ୍ମରେ ଝିଟିପିଟି ଓ ବାଦୁଡ଼ି ରୂପରେ ଜନ୍ମ ନିଅନ୍ତି ।