ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ପୁରୁଷଙ୍କ ମଧ୍ୟରେ କୁକୁରର ୫ଟି ଗୁଣ ଥାଏ, ତେବେ ତାଙ୍କ ସ୍ତ୍ରୀ ସର୍ବଦା ସନ୍ତୁଷ୍ଟ ରୁହେ । ଏହିପରି ଗୁଣ ଥିବା ବ୍ୟକ୍ତି ପରିବାରରେ ସୁଖ ବଜାୟ ରଖନ୍ତି ଓ ସମୃଦ୍ଧ ରୁହନ୍ତି । ତେବେ ଆସନ୍ତୁ ଜାଣିବା ସେହି କେଉଁ କେଉଁ ଗୁଣଗୁଡ଼ିକ ଯାହା ଜଣେ ପୁରୁଷଙ୍କୁ ଅଧିକ ଯୋଗ୍ୟତା ପ୍ରଦାନ କରିଥାଏ ।
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଏକ ସୁନ୍ଦର, ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଜୀବନରେ ଚାଣକ୍ୟଙ୍କ ନୀତି ବହୁ ଗୁରୁତ୍ୱ ରଖେ । ଏ କଥାକୁ ଅନେକ ଲୋକ ମଧ୍ୟ ସେମାନଙ୍କ ଜୀବନରେ ଉପଯୋଗ କରନ୍ତି । ତେବେ ଚାଣକ୍ୟ ନୀତି ଯଦିଓ ବେଶ କଠୋର, କିନ୍ତୁ ତାହା ବାସ୍ତବ ଜୀବନରେ ଅନେକ ଗୁରୁତ୍ୱବହନ କରିଥାଏ ।
ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ପୁରୁଷଙ୍କ ମଧ୍ୟରେ କୁକୁରର ୫ଟି ଗୁଣ ଥାଏ, ତେବେ ତାଙ୍କ ସ୍ତ୍ରୀ ସର୍ବଦା ସନ୍ତୁଷ୍ଟ ରୁହେ । ଏହିପରି ଗୁଣ ଥିବା ବ୍ୟକ୍ତି ପରିବାରରେ ସୁଖ ବଜାୟ ରଖନ୍ତି ଓ ସମୃଦ୍ଧ ରୁହନ୍ତି । ତେବେ ଆସନ୍ତୁ ଜାଣିବା ସେହି କେଉଁ କେଉଁ ଗୁଣଗୁଡ଼ିକ ଯାହା ଜଣେ ପୁରୁଷଙ୍କୁ ଅଧିକ ଯୋଗ୍ୟତା ପ୍ରଦାନ କରିଥାଏ ।
୧. ଅଳ୍ପରେ ସନ୍ତୁଷ୍ଟ ରହିବା :
ଜଣେ ପୁରୁଷ ଯେତେ ସମ୍ଭବ କାମ କରିବା ଆବଶ୍ୟକ । କାମ ପରେ ମିଳିଥିବା ଅର୍ଥରେ ଖୁସି ହେବା ଉଚିତ୍ । ରୋଜଗାରରୁ ମିଳିଥିବା ଅର୍ଥରୁ ପରିବାରର ପାଳନ ପୋଷଣ କରିବା କରିବା ଆବଶ୍ୟକ । ଯେଉଁ ପୁରୁଷ ଏହା କରେ ସେ ସର୍ବୋତ୍ତମ ମଣିଷ । ଯେପରି ଗୋଟିଏ କୁକୁରକୁ ଯେତେ ଖାଦ୍ୟ ଦିଅନ୍ତୁ, ସେତିକିରେ ସେ ସନ୍ତୁଷ୍ଟ ହୋଇଯାଏ । ସେହିଭଳି ଜଣେ ପୁରୁଷକୁ ମଧ୍ୟ ଯେତିକି ପ୍ରେମ ମିଳୁଛି, ସେତିକିରେ ସନ୍ତୁଷ୍ଟ ରହିବା ଆବଶ୍ୟକ ।
୨. ସତର୍କ ରହିବା :
କୁକୁରମାନେ ଗଭୀର ନିଦ୍ରାରେ ମଧ୍ୟ ସତର୍କ ରୁହନ୍ତି, ସେହିଭଳି ଜଣେ ପୁରୁଷ ମଧ୍ୟ ନିଜ ପରିବାର-ସ୍ତ୍ରୀ ଏବଂ କର୍ତ୍ତବ୍ୟକୁ ନେଇ ସଚେତନ ରହିବା ଆବଶ୍ୟକ । ଶତ୍ରୁମାନଙ୍କ ପ୍ରତି ସର୍ବଦା ସାବଧାନ ରୁହନ୍ତୁ, ଯେତେ ବି ଗଭୀର ନିଦ୍ରାରେ ଥାଆନ୍ତୁ ନା କାହିଁ ଜଣେ ପୁରୁଷ ପରିବାରର ସୁରକ୍ଷା ପାଇଁ ସର୍ବଦା ସତର୍କ ରହିବା ଆବଶ୍ୟକ । ଏପରି ଗୁଣ ଥିବା ଜଣେ ପୁରୁଷ ସହ ବିବାହ କରି ମହିଳା ସର୍ବଦା ଖୁସି ରୁହନ୍ତି ।
୩. ବିଶ୍ୱସ୍ତତା :
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଯାହାକୁ କେହି ସନ୍ଦେହ କରିପାରିବେ ନାହିଁ । ସେହିଭଳି ଜଣେ ପୁରୁଷ ସର୍ବଦା ବିଶ୍ୱସ୍ତ ହେବା ଆବଶ୍ୟକ । ଯଦିଓ ଆଜିକାଲି ଏହା ଦେଖାଯାଏ ନାହିଁ, ପ୍ରତ୍ୟେକ ପୁରୁଷ ଅନ୍ୟ ଜଣେ ମହିଳାଙ୍କୁ ଦେଖିବାକୁ ଲାଲୟିତ ରୁହନ୍ତି ଏବଂ ଏପରି ଘରର ମହିଳା କେବେ ଖୁସି ରୁହନ୍ତି ନାହିଁ । ଯେଉଁ ପୁରୁଷଙ୍କ ବିଶ୍ୱସ୍ତତା କୁକୁର ପରି ଅଛି, ତାଙ୍କ ସ୍ତ୍ରୀ ସର୍ବଦା ଖୁସି ରହିଥାଏ ।
୪. ବୀରତା :
କୁକୁର ହେଉଛି ଏକ ସାହସୀ ଜୀବ ଯିଏ ନିଜର ମାଲିକ ପାଇଁ ଜୀବନ ଦେଇପାରେ । ସେହିଭଳି ଜଣେ ପୁରୁଷ ମଧ୍ୟ ସାହସୀ ହେବା ଆବଶ୍ୟକ । ଆବଶ୍ୟକ ପଡ଼ିଲେ ନିଜ ସ୍ତ୍ରୀ ପାଇଁ ଜୀବନ ବାଜି ଲଗାଇଦେଇ ପାରୁଥିବା ପୁରୁଷ ଭାଗ୍ୟଶାଳୀ ମହିଳାଙ୍କୁ ମିଳିଥାଏ ।
୫. ସନ୍ତୁଷ୍ଟ ରଖିବା :
ଜଣେ ପୁରୁଷ ସର୍ବଦା ନିଜ ସ୍ତ୍ରୀକୁ ସନ୍ତୁଷ୍ଟ ରଖିବା ଆବଶ୍ୟକ । ନିଜ ସ୍ତ୍ରୀର ସମସ୍ତ ଯୁକ୍ତିଯୁକ୍ତ କଥା ଗ୍ରହଣ କରିବା ଆବଶ୍ୟକ ଓ ଆପଣ ସ୍ତ୍ରୀକୁ ମଧ୍ୟ ଭାବପ୍ରବଣ ଭାବରେ ସନ୍ତୁଷ୍ଟ ରଖିବା ଉଚିତ୍ । ଯେଉଁ ପୁରୁଷ ଏହା କରେ ସେ ସର୍ବଦା ନିଜ ସ୍ତ୍ରୀ ପାଇଁ ପ୍ରିୟ ରହିବ ଓ ସମ୍ପର୍କ ଅତୁଟ ରହିବ । ଏହିପରି ଉଭୟ ମହିଳା ଓ ପୁରୁଷ ନିଜକୁ ଭାଗ୍ୟବାନ ମନେ କରିବେ ।