ଅଭିଷେକ ବାନାର୍ଜୀଙ୍କ ଶାଳୀର ଅଡୁଆ ବଢ଼ିଲା
କଲିକତା : ରାଜ୍ୟର ପ୍ରସିଦ୍ଧ କୋଇଲା ଚୋରା ଚାଲାଣ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜାଙ୍କ ଶାଳୀ ମେନକା ଗମ୍ଭୀରଙ୍କ ପାଇଁ ଅଡୁଆ ବଢିଛି । ଶୁକ୍ରବାର ଦିନ କଲିକତା ହାଇକୋର୍ଟ ତାଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମେନକାଙ୍କ ଗିରଫଦାରୀକୁ ହଟାଇବା ବେଳେ ଜଷ୍ଟିସ ରାଜାସେଖର ମନ୍ଥଙ୍କ ଗୋଟିଏ ବେଂଚ ମଧ୍ୟ ତାଙ୍କ ବିରୋଧରେ ଚାଲିଥିବା କେନ୍ଦ୍ରୀୟ ଏଜେନ୍ସି ଯାଂଚରେ ରହିବାକୁ ଚାହୁଁଥିବା ଗମ୍ଭୀରଙ୍କ ଆବେଦନକୁ ଖାରଜ କରିଦେଇଛି । ଏହା ସହିତ ଇଡ଼ି ପୁଣି ଥରେ ତାଙ୍କୁ ପଚରା ଉଚୁରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।