ମୁମ୍ବାଇ ସ୍ଥିତ ଘରେ ଜାତୀୟ ପତାକା ଉଡାଇଲେ ଅମୀର ଖାନ
ମୁମ୍ବାଇ : ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ବଲିଉଡ ଅଭିନେତା ଅମୀର ଖାନ । ମୁମ୍ବାଇ ସ୍ଥିତ ନିଜ ଘରେ ଜାତୀୟ ପତାକା ଉଡାଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସମଗ୍ର ଦେଶର ନାଗରୀକମାନେ ନିଜ ଘରେ ତ୍ରିରଙ୍ଗା ଲଗାଇବାକୁ ଅପିଲ କରାଯାଉଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’କାର୍ଯ୍ୟକ୍ରମ ଜାରୀ ରହିବ । ତେବେ ଏହି ଅଭିଯାନରେ ଅମୀର ଖାନ ସାମିଲ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ ବଲିଉଡ ଅଭିନେତା ଅମୀର ଖାନ ନିଜ ଝିଅ ଇରା ଖାନଙ୍କ ସହିତ ମିଶି ନିଜ ଘରର ବାଲକୋନୀରେ ଜାତୀୟ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ଅଭିନେତା ଅମୀର ଖାନ ଆସାମରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବା ସହ ନିଜ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ପ୍ରମୋଶନ କରିଥାନ୍ତେ । କିନ୍ତୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପରାମର୍ଶରେ ଅମୀର ଖାନ ନିଜର ଆସାମ ଗସ୍ତକୁ ସ୍ଥଗିତ ରଖିଛନ୍ତି । ତେବେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରୁ ଲୋକଙ୍କ ଦୃଷ୍ଟିକୁ ନ ହଟାଇବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଅଭିନେତା ଅମୀରଖାନଙ୍କୁ ଆସାମ ନ ଆସିବାକୁ ପରାମର୍ଶ ଦେଇଥିଲେ ।