ଆମ୍ ଆଦମୀ ପାର୍ଟି ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର : ଆଜି ଆମ୍ ଆଦମୀ ପାର୍ଟି ଘଷିପୁରା ତରଫରୁ ଘଟଗାଁ ମା ହୋଟେଲ ଠାରେ ଆମ୍ ଆଦମୀ ପାର୍ଟି ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଘଷିପୁରା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଶ୍ରୀ ଜିତେନ୍ଦ୍ର ପଣ୍ଡା ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ମେଘନାଥ ମାଝୀ, ଜିଲ୍ଲା ସଂଗଠନ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ଜିଲ୍ଲା ଯୁବ ସଭାପତି ହେମନ୍ତ ମହାନ୍ତ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ସୁଶାନ୍ତ ନାୟକ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଘଷିପୁରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ କୁ ସୁଦୃଢ କରି୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦଳକୁ ବିଜୟ ମୁକୁଟ ପିନ୍ଧାଇବାକୁ କର୍ମୀମାନେ ଉତ୍ସର୍ଗୀକୃତ କାମ କରିବାକୁ ଆହ୍ୱାନ ଦେଇ ଥିଲେ । ଦିଲ୍ଲୀରେ ବିଗତ ୭ବର୍ଷର ଅରବିନ୍ଦ କେଜରିୱାଲ ଙ୍କ ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାର ମଡେଲକୁ ସାରା ଭାରତବର୍ଷ ଆପଣେଇ ନେଇଥି୍ୱା ଜିଲ୍ଲା ସଂଗଠନ ସମ୍ପାଦକ ଶ୍ରୀ ମହାନ୍ତ କହିଥିଲେ । ପଂଜାବରେ ଦଳ ଏକତରଫା ବିଜୟ ହାସଲ କରିଛି । ପଂଜାବରେ ନିର୍ବାଚନ ପୂର୍ବରୁ ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା ମାନ ସରକାର ତାହାକୁ ଅବିଳମ୍ବେ ପୁରଣ କରିଛି । ଆଗାମୀ ନିର୍ବାଚନରେ ଦଳ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜୟ ଲାଭ କରି ଏକ ଉଦାହରଣ ସୃଷ୍ଟି କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କର ମିଥ୍ୟା ପ୍ରତିଶ୍ରୁତିରେ ଅଧିକ ଦିନ ଠକି ପାରିବେ ନାହିଁ । ଏ ସରକାର ଦ୍ୱୟଙ୍କ ଶାସନକାଳରେ ଗରୀବ ଓ ମଧ୍ୟବିତ ପରିବାର ମାନେ ତ୍ରାହି ତ୍ରାହି ଡାକିଲେଣି । ଏହାର ବହୁମୂଲ୍ୟ ଆଗାମୀ ନିର୍ବାଚନରେ ସାଧାରଣ ଜନତା ଦେବେ ବୋଲି ଜିଲ୍ଲା ସଭାପତି କହିଥିଲେ । ଆମ୍ ଆଦମୀ ପାର୍ଟି ର ମୁଖ୍ୟ ତଥା ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳୀ, ପାଣି, ରୋଜଗାର, ମହିଳା ସଶକ୍ତିକରଣ, ଚାଷ ଓ ଚାଷୀ ଙ୍କ ଉନ୍ନତି ର ରାଜନୀତି କୁ ପ୍ରତ୍ୟେକ ଜନସାଧାରଣ ଙ୍କ ନିକଟରେ ପହଂଚାଇବାକୁ ନିଷ୍ପତି ନିଆଯାଇଥିଲା । ଏହାପରେ ବ୍ଲକ ସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ମହାକୁଡ, ତ୍ରିଲୋଚନ ମହାନ୍ତ, ବିପିନ ଦାସ, ଜଗନ୍ନାଥ ସିଂ,ଅକ୍ଷୟ ନାଏକ, ସୌମ୍ୟରଂଜନ ମହାନ୍ତ,ହିମାଂଶୁ ମହାନ୍ତ, ଖଗେଶ୍ୱର ମହାନ୍ତ, ହରିହର ମହାନ୍ତ, ଦିପୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।