ବାରିପଦା ସହରରେ ହାତି ଉପଦ୍ରବ ଫୁଲ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଗୁରୁତର ହେଲେ ମହିଳା
ବାରିପଦା : ଜଙ୍ଗଲୀ ହାତି ଉପଦ୍ରବ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଟିବା ବେଳେ, ବନ ବିଭାଗ ହାତି ନିୟନ୍ତ୍ରଣରେ ଫେଲ ମାରୁଥିବାର ଦେଖାଯାଉଛି । ଜଂଗଲରେ ହାତୀ ତାର ଖାଦ୍ୟ ଏବଂ ଉପଯୁକ୍ତ ପରିବେଶ ଅଭାବରୁ ଜନବସତି ଆଡକୁ ମୁହାଁଇ ବ୍ୟାପକ ଧନ ଜୀବନ ନଷ୍ଟ କରୁଥି । ଦୁଇଦିନ ତଳେ ଶୁଳିଆପଦାରେ ବଣୁଆ ହାତୀଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ହାତିଉପଦ୍ରବ କୁ ନେଇ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକେ ଆତଙ୍କିତ ହୋଇ ସଂଜବେଳୁ ତାଟିକବାଟ ମାରି ରହୁଛନ୍ତି । ହାତି ଚଳପ୍ରଚଳ ରହୁଥିବାରୁ ବିଭିନ୍ନ ସମୟରେ ବିଭିନ୍ନ ଅଂଚଳରେ ବିଦ୍ୟୁତ ବିଛିନ୍ନ ହେଉଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି । ତେବେ ବର୍ତମାନ ହାତି ସହରାଭିମୁଖି ହେଲାଣି । ଆଜି ବାରିପଦା ବନଖଣ୍ଡର ଛାଂଚ ଅଂଚଳରେ ହାତୀ ଜନୈକ ମହିଳାଙ୍କୁ ଆକ୍ରମଣ କରି ଗୁରୁତର କରିଥିବାର ଜଣାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ବାରିପଦା ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ ବାବୁସହି ୱାର୍ଡ ନଂ ୫ର ୩୦ ବର୍ଷୀୟା ଶାନ୍ତିଲତା ପରିଛା (୩୦) ଛାଂଚ ସ୍ଥିତ ନିଜ ବାପାଙ୍କ ଘରକୁ ଯାଇଥିଲେ । ସେଠାରେ ସକାଳେ ସେ ଫୁଲ ତୋଳିବାକୁ ଯାଇଥିବା ସମୟରେ ହାତୀ ହଠାତ ବାହାରି ପଡିଥିଲା । ହାତିସହ ସାମ୍ନାସାମ୍ନି ହେବାରୁ ହାତୀ ତାଙ୍କ ଉପରକୁ ଆକ୍ରମଣ କରିଥିଲା ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ତେବେ ସ୍ଥାନୀୟଲୋକ ହାତିଗଲାପରେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ବାରିପଦା ପିଆରଏମ ମେଡିକାଲରେ ଭର୍ତି କରିଥିଲେ । ଶାନ୍ତିଲତାଙ୍କ ମୁଣ୍ଡ, ହାତ, ଗୋଡ ଓ ଛାତିରେ ମାଡ ହୋଇଥିବା ବେଳେ ଅବସ୍ଥା ଗୁରୁତର ରହି ଥିବାର ଜଣାଯାଇଛି ।