ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀ ନେଇ ଚେତବାନୀ ଜାରି
ନୂଆଦିଲ୍ଲୀ : ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦେଶ ନିକଟରେ ସମୁଦ୍ର ମଧ୍ୟରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀର ଚେତବାନୀ ଜାରି କରାଯାଇଛି। ଏହି ବିସ୍ଫୋରଣର ଏକ ଭିଡିଓ ହୋନୁଲୁଲୁ ଜାତୀୟ ପାଣିପାଗ ସର୍ଭିସେସ ପକ୍ଷରୁ ଟ୍ୱଟରରେ ପୋଷ୍ଟ କରାଯାଇଛି । ବିଶେଷଜ୍ଞଙ୍କ ମତ, ଗତ ୩୦ ବର୍ଷରେ ଏହା ଟୋଙ୍ଗାରେ ହୋଇଥିବା ସବୁଠାରୁ ବଡ଼ ଜ୍ୱାଳାମୁଖୀ ବିସ୍ଫୋରଣ। ସମୁଦ୍ର ପାଇଁ ଦେଶର ଉପକୂଳ ଅଞ୍ଚଳକୁ ମାଡି ଆସିଛି।
ଟୋଙ୍ଗା ପାଣିପାଗ ବିଭାଗ ସାରା ଦେଶ ପାଇଁ ସୁନାମୀ ଚେତାବନୀ ଜାରି କରିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି । ଅନ୍ୟପଟେ ସ୍ଥିତି ଉପରେ ନଜର ରଖାଯାଇଛି, ଆବଶ୍ୟକ ସ୍ଥଳେ ଯଦି ସହାୟତା ପାଇଁ ନିବେଦନ କରାଯାଏ ତେବେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି ନ୍ୟୁଜିଲାଣ୍ଡ ସେନା ପକ୍ଷରୁ କୁହାଯାଇଛି । ସେପେଟେ ଅଷ୍ଟ୍ରେଲିଆ ମଧ୍ୟ ସତର୍କ ଚେତାବନୀ ଜାରି କରିଛି। ସୂଚନା ଯେ, ଏହି ଜ୍ୱାଳାମୁଖୀ ବିସ୍ଫୋରଣ ଟୋଙ୍ଗାର ହଙ୍ଗା ଟୋଙ୍ଗା ହଙ୍ଗା ହାପାଇ ଜ୍ୱଳାମୁଖୀରେ ହୋଇଛି। ଏହି ଜ୍ୱଳାମୁଖୀ ଟୋଙ୍ଗାର ରାଜଧାନୀ ନୁକୁଓଲୋଫା ଠାରୁ ୬୪ କିଲୋମିଟର ଉତ୍ତରରେ ଅବସ୍ଥିତ ।