ୟୁକ୍ରେନ୍ ବର୍ଡ଼ରରୁ ଗିରଫ ହେଲା ଋଷର ଜଣେ ଗୁପ୍ତଚର
ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ
ନୂଆଦିଲ୍ଲୀ : ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ବର୍ତ୍ତମାନ ୧୦ ଦିନ ହୋଇଗଲାଣି ତଥାପି ପରିସ୍ଥିତିରେ ସାମାନ୍ୟ ମଧ୍ୟ ପରିବର୍ତ୍ତନ ଦେଖାଯାଉ ନାହିଁ । ଏହାରି ଭିତରେ ଏହାକୁ ନେଇ ଏକାଧିକ ଦେଶ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି ।
ଭାରତ ମଧ୍ୟ ଅନେକ କ୍ଷତି ସହିଲାଣି । ବାରମ୍ବାର ବୈଠକ ହେଉଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶାନ୍ତିର ବାଟ ଫିଟି ନାହିଁ । ଏହାରି ଭିତରେ ୟୁକ୍ରେନ୍ ବର୍ଡ଼ରରୁ ଋଷ୍ ର ଜଣେ ଗୁପ୍ତଚର କୁ ଗିରଫ କରାଯାଇଛି । ସେ ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ସମସ୍ତ ଘଟଣା ଉପରେ ସକ୍ରିିୟ ଥିଲା ଏବଂ ଅନେକ ଗୁପ୍ତ ଅପରେସନ୍ ମଧ୍ୟ ଚଲାଇଥିଲା । ବର୍ତ୍ତମାନ ଯାହା ସୁଚନା ମିଳିଛି ଏହି ଘଟଣା ପାଇଁ ସମକ୍ତ ବ୍ୟକ୍ତି ଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳି ପାରେ । ସେହି ଗୁପ୍ତଚର ଜଣଙ୍କ ସେଠାରେ କଣ କରୁଥିଲେ ? କାହା ନିର୍ଦ୍ଦେଶରେ ସେଠାରେ ଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଚନା ମିଳି ପାରି ନାହିଁ । କିନ୍ତୁ ବର୍ତ୍ତମାନ ତାକୁ ଗିରଫ କରି ନିଆଯିବା ସହ ଯାଞ୍ଚ ପକ୍ରିୟା ମଧ୍ୟ ଚାଲିଛି ।