ବରୁଣସିଂ ପଞ୍ଚାୟତର ଦୁଇଟି ସ୍କୁଲର ୫ଟି କାର୍ଯ୍ୟ ନେଇ ସମୀକ୍ଷା ବୈଠକ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମ ପଞ୍ଚାୟତର ଦୁଇଟି ହାଇସ୍କୁଲର ୫ଟି ଏବଂ ମୋ ସ୍କୁଲ କାର୍ଯ୍ୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଞ୍ଚାୟତ ଅଧୀନରେ ଥିବା ନୀଳଗିରି ରୋଡ ଦାଶରଥୀ ହାଇସ୍କୁଲ ଏବଂ ଟିଣ ମଣ୍ଡଙ୍ଗା ହାଇସ୍କୁଲର ଭିତ୍ତିଭୂମି ସୁଦୃଢ଼ୀକରଣ ଓ ଅନ୍ୟାନ ଉନ୍ନତି କରଣ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା ।
ନୀଳଗିରି ରୋଡ ଦାଶରଥୀ ହାଇସ୍କୁଲର ୫ଟି କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଆଉ କ’ଣ ସବୁ ଆନୁସଙ୍ଗିକ ବିକାଶ ମୂଳକ ସ୍କୁଲରେ କରାଯାଇ ପାରିବ ସେଥିନେଇ ପୁରାତନ ଛାତ୍ର ସଂସଦ ଏବଂ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେହିପରି ଟିଣ ମଣ୍ଡଙ୍ଗା ହାଇସ୍କୁଲର ୫ଟି କାର୍ଯ୍ୟ ଶୀଘ୍ର ଆରମ୍ଭ ନେଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସ୍କୁଲ ଦୁଇଟି ସ୍କୁଲ ସହିତ ଅଞ୍ଚଳର ବହୁ ଐତିହ୍ୟ ଜଡ଼ିତ ହୋଇ ରହିଥିବାରୁ ଗ୍ରାମବାସୀ, ଜିଲା ପ୍ରଶାସନ ଏବଂ ପୁରାତନ ଛାତ୍ରସଂସଦ ସହଯୋଗରେ ଏହାକୁ କିପରି ବଞ୍ଚାଇ ରଖି ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ପାରିବ ସେଥିନେଇ ବୈଠକରେ ମତପ୍ରକାଶ ପାଇଥିଲା । ଏଥି ସହିତ ଶିକ୍ଷୟତ୍ରୀଶିକ୍ଷକଙ୍କୁ ତାଲିମ ଏବଂ ସ୍କୁଲର ଶୈକ୍ଷିକ ବାତାବରଣର ସୁଦୃଢ଼ୀକରଣ ଉପରେ ଆଲୋଚନା ହୋଇଥିଲା । ବୈଠକକୁ ନୀଳଗିରି ରୋଡ଼ ଦାଶରଥୀ ହାଇସ୍କୁଲର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ ପରିଚାଳନା କରିଥିବା ବେଳେ ବରୁଣସିଂ ପଞ୍ଚାୟତର ସମିତିସଭ୍ୟା ଶାନ୍ତା ଦାସ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦେବା ସହ ସେମାନଙ୍କ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ବଡ଼ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ବିଷୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବୈଠକର ସ୍କୁଲର ମେଣ୍ଟର କୈଳାଶ ଚନ୍ଦ୍ର ଦାସଙ୍କ ସମେତ ସରପଞ୍ଚ ଝିଲିଶ୍ରୀ ମହାଳିକ, ପୁରାତନ ଛାତ୍ର ସଂସଦର ସଭାପତି, ସମ୍ପାଦକ, ସ୍ଥାନୀୟ ଜନପ୍ରତିନିଧି ଏବଂ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।