ଭାରତ ଇତିହାସରେ ନୂଆ ଅଧ୍ୟାୟ ! ସୁପ୍ରିମକୋର୍ଟ ଶୁଣାଣିର ସିଧାପ୍ରସାରଣ ଆରମ୍ଭ
ନୂଆଦିଲ୍ଲୀ : ଭାରତୀୟ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ସିଧାପ୍ରସାଣର ଦେଖିଛନ୍ତି ସାଧାରଣ ଲୋକ। ସୁପ୍ରିମକୋର୍ଟ ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ମାମଲାର ସିଧାପ୍ରସାରଣକୁ ବିଧିବଦଦ୍ଧ ଭାବେ ଆରମ୍ଭ କାଯାଇଛି। ଆଜି ଲୋକମାନେ webcast.gov.in/scindia/ରେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ଟି ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ଶୁଣାଣିର ସିଧାପ୍ରସାରଣ ହୋଇଛି।
କୋର୍ଟ ନଂ୧ରେ ପ୍ରଧାନ ବିଚାର ଜଷ୍ଟିସ ୟୁୟୁ ଲଳିତଙ୍କ ବେଞ୍ଚ ଆର୍ଥିକ ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାର ଶୁଣାଣି କରିଛନ୍ତି। ଆବେଦନ ଜରିଆରେ ସମ୍ବିଧାନର ୧୦୩ତମ ସଂଶୋଧନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି। ଦ୍ୱିତୀୟ ସମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ନେଉଛନ୍ତି। ଏହି ବେଞ୍ଚରେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇର ଶୁଶାଣି ହେଉଛି। ତୃତୀୟ ସାମ୍ବାଧାନିକ ବେଞ୍ଚରେ ଜଷ୍ଟିସ ଏସ୍କେ କୌଲ ସର୍ବଭାରତୀୟ ଆଇନଜୀବୀ ପରୀକ୍ଷାର ବୈଧତା ସହ ଜଡ଼ିତ ଆବେଦନରୁ ଶୁଣାଣି କରୁଛନ୍ତ। ୟୁଟ୍ୟୁବରେ ଏହି ଖଣ୍ଡପୀଠରେ ଚାଲିଥିବା ଶୁଣାଣିର ସିଧାପ୍ରସାଣ ହେଉଛି।
ଆଗାମୀ ଦିନରେ ସିଧାପ୍ରସାରଣ ପାଇଁ ସୁପ୍ରିମକୋର୍ଟ ନିଜସ୍ବ ପ୍ଲାଟଫର୍ମ ଆରମ୍ଭ କରିବେ। ଜନସାଧାଣ ନିଜ ଫୋନ୍, ଲାପଟପ୍ ଏବଂ କମ୍ପ୍ୟୁଟରରେ ବିନା ବାଧାରେ ଶୁଣାଣି ଦେଖିପାରିବେ। ଆଜି ସୁପ୍ରିମକୋର୍ଟ ୩ଟି ପୃଥକ୍ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ କରିଛନ୍ତି। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଆର୍ଥିକ ଦୁର୍ବଳ ଶ୍ରେଣୀ କୋଟା ମାମଲା, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ମହାରାଷ୍ଟ୍ର ଉଦ୍ଧବ ସେନା ବନାମ ସିନ୍ଦେ ସେନା ମାମଲା ଏବଂ ଜଷ୍ଟିସ୍ ଏସ୍କେ କୌଲଙ୍କ ଅଧ୍ୟକ୍ଷତାରେ ସର୍ବଭାରତୀୟ ବାର୍ ପରୀକ୍ଷାର ଅବଧି ସଂକ୍ରାନ୍ତ ମାମଲାର ସିଧା ପ୍ରସାରଣ ହୋଇଛି।
ସୂଚନା ଯେ, ୪ ବର୍ଷ ପୂର୍ବେ ସେପ୍ଟେମ୍ବର ୨୭,୨୦୧୮ରେ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏକ ଐତିହାସିକ ରାୟ ଦେଇ କହିଥିଲେ ଯେ ସୁପ୍ରିମକୋର୍ଟରେ ସାମ୍ବିଧାନିକ ଗୁରୁତ୍ବ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାର ସିଧା ପ୍ରସାରଣ ହେବ। ସିଧା ପ୍ରସାରଣ ନେଇ ସୁପ୍ରିମ୍କୋର୍ଟ ଗାଇଡ୍ଲାଇନ ମଧ୍ୟ ଜାରି କରିଛନ୍ତି। ୟୁଟ୍ୟୁବ୍ ମାଧ୍ୟମରେ ହେଉଥିବା ଏହି ପ୍ରସାରଣର ସେୟାର ଏବଂ ରେକର୍ଡିଂ ଉପରେ ରୋକ୍ ଲଗାଯାଇଛି। ଏହି ନିର୍ଦ୍ଦେଶାବଳିର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିରୋଧରେ ଆଇନ ଅନୁଯାୟୀ ମକଦ୍ଦମା ରୁଜୁ ହେବ। ରେକର୍ଡିଂ ଏବଂ ପ୍ରସାରିତ ତଥ୍ୟ ଉପରେ ଅଦାଲତଙ୍କ ସ୍ବତନ୍ତ୍ର ଅଧିକାର ରହିବ।