ମେରଠ ଓ କାଶ୍ମୀରରେ ମୃଦୁ ଭୂକମ୍ପ
ନୂଆଦିଲ୍ଲୀ : ଦେଶରେ ଏବେ ବୃଦ୍ଧି ପାଉଛି ଭୂକମ୍ପ । ଦୈନିକ କେଉଁଠୁ ନ କେଉଁଠୁ ଏନେଇ ଖାବ ଆସୁଛି । ଏହାରି ମଧ୍ୟରେ ଗୁରୁବାର ସକାଳୁ ମେରଠ ଏବଂ କାଶ୍ମୀରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । କିନ୍ତୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଧନ ଜୀବନ କ୍ଷତି ହୋଇନାହିଁ ।
Earthquake of Magnitude:3.6, Occurred on 19-08-2021, 05:08:34 IST, Lat: 32.70 & Long: 75.40, Depth: 5 Km ,Location: 54km SE of Katra, Jammu and Kashmir, India for more information download the BhooKamp App https://t.co/5ENuwPU3hf pic.twitter.com/ryCA0AjGqb
— National Center for Seismology (@NCS_Earthquake) August 19, 2021
ଭୂକମ୍ପ ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ଜମ୍ମୁ କାଶ୍ମୀରର କଟରା ଏବଂ ଉତ୍ତର ପ୍ରଦେଶର ମେରଠରେ ଆଜି ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା । କଟରାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିଲା । ସେହିପରି ମେରଠରେ ଏହା ୨.୭ ରେକର୍ଡ କରାଯାଇଥିଲା । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ, କଟରାରେ ସକାଳ ୫ଟା ୮ ମିନିଟରେ ଭୂକମ୍ପ ଆସିଥିଲା । ଏହାର ଗଭୀରତା ୫ କିମିରେ ଥିଲା । ମେରଠରେ ସକାଳ ୭ଟା ୩ ମିନିଟରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା ଭୂପୃଷ୍ଠର ୧୦ କିମି ଭିତରେ ଥିଲା । ସୂଚନା ଯେ, ଭୂକମ୍ପ ଯେତେବେଳେ ହେଉଛି, ସେହି ସମୟରେ ଡରି ନଯାଇ ସତର୍କ ରହିବା ଉଚିତ । ଯଦି ଭୂକମ୍ପ ଝଟକା ଅନୁଭୂବ କରୁଛନ୍ତି, ସର୍ବ ପ୍ରଥମେ ଘର ବାହାରକୁ ଚାଲି ଆସସନ୍ତୁ । ଖୋଲା ସ୍ଥାନରେ ରହିବାକୁ ବିକଳ୍ପ ବାଛନ୍ତୁ । ଯଦି ବହୁତଳ ଘରେ ରହୁଛନ୍ତି, ତା’ହେଲେ ବାହାରକୁ ଯାଇ କିଛି ଲାଭ ନାହିଁ । ଯଦି ଘରୁ ବାହାରିବାକୁ ସମୟ ଲାଗିପାରେ, ତେଣୁ ଘରର କୌଣସି କୋଣରେ ରହିଗଲେ ଭଲ ।