ଆଫଗାନିସ୍ତାନ ପ୍ରସଙ୍ଗରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକ, ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ନୂଆଦିଲ୍ଲୀ : ନଭେମ୍ବରରେ ଆଫଗାନିସ୍ତାନ ସ୍ଥିତି ଉପରେ ଦିଲ୍ଲୀରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୈଠକ ଅନୁଷ୍ଠିତ ହେବ । ଭାରତ ଏହାର ଆୟୋଜନ କରିବ । ବୈଠକରେ ଯୋଗଦେବା ପାଇଁ ଋଷିଆ ଓ ପାକିସ୍ତାନ ସମେତ ଅନ୍ୟ କିଛି ଦେଶକୁ ନିମନ୍ତ୍ରଣ କରାଯାଇଛି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ବୈଠକରେ ଅଧ୍ୟକ୍ଷତା କରିବେ।
ଚୀନ, ଇରାନ, ତାଜିକସ୍ତାନ ଓ ଉଜବେକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏଥିରେ ଆଫଗାନିସ୍ତାନରେ ମାନବୀୟ ସଂକଟ ପ୍ରସଙ୍ଗରେ ଆଲୋଚନା ହେବ। ଏଥି ସହିତ ସୁରକ୍ଷା ସଂପର୍କିତ ପ୍ରସଙ୍ଗରେ ଚର୍ଚ୍ଚା କରାଯିବ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ତାଲିବାନକୁ ନିମନ୍ତ୍ରଣ ଦିଆଯାଇ ନାହିଁ। ବୈଠକ ନଭେମ୍ବର ୨ୟ ସପ୍ତାହରେ ଆୟୋଜନ ହୋଇପାରେ। ଋଷିଆ ମଧ୍ୟ ଅକ୍ଟୋବର ୨୦ରେ ମସ୍କୋରେ ଏହି ପ୍ରକାର ବୈଠକର ଆୟୋଜନ କରିବାକୁ ଯାଉଛି।